ଖମାର ଗାଁରେ ନିଆଁ ଲାଗି ଜଳିଗଲା ଘର,ଏକାଧିକ ଧନ ସମ୍ପତି ନଷ୍ଟ

ଆଠମଲ୍ଲିକ ବ୍ଳକ ସପଘର ପଞ୍ଚାୟତ ଖମାର ଗ୍ରାମରେ ଅଗ୍ନିକାଣ୍ଡ ଘଟି ଶୁଣେଇ କୁଦେଇଙ୍କର ଦୁଇ ବଖରା ଘର ସଂପୂର୍ଣ୍ଣ ପୋଡି ପାଉଁଶ ହୋଇଯାଇଛି। ଏଥିରେ ତାଙ୍କର ଧାନ,ଚାଉଳ, ଆସବାପତ୍ର,ନଗଦ ୧୦ହଜାର ଟଙ୍କା ପୋଡ଼ି ନଷ୍ଟ ହୋଇଛି। ଏଥି ସହ କିଛି କୁକୁଡ଼ା ବି ମରିଯାଇଛନ୍ତି। ଘରପୋଡି ସମ୍ପର୍କରେ ସ୍ଥାନୀୟ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା।

୫ଘଣ୍ଟା ବିଳମ୍ବରେ ପହଞ୍ଚିବାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। ତା ପୂର୍ବରୁ ଗ୍ରାମବାସୀ ନିଆଁ କୁ ଆୟତ୍ତ କରି ସାରିଥିଲେ। ସ୍ଥାନୀୟ ସରପଂଚ କୈଳାସ ଚନ୍ଦ୍ର ସାହୁ ଓ ଆର୍ ଆଇ ସୌମ୍ୟ ପ୍ରକାଶ କହଁର ପହଞ୍ଚି ବିପନ୍ନ ଶୁଣେଇ କୁଦେଇଙ୍କୁ ସହାୟତା ପ୍ରଦାନ କରିଥିଲେ।

Leave a Reply