ଲୋକସଭା ସଦସ୍ୟ ରୁଦ୍ରନାରାୟଣ ପାଣି ସାଂସଦୀୟ ଅଧିବେଶନ କାଳରେ ଲୋକସଭା ଶୂନ୍ୟକାଳରେ ତାଳଚେର ଟିଏଫ୍ଏଲ୍ ସମ୍ବନ୍ଧରେ ଉଠାଇଥିବା ପ୍ରଶ୍ନର ଉତ୍ତର ରଖିଛନ୍ତି କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀ ଜେ.ପି ନଡ୍ଡା।
ତାଳଚେର ସାର କାରଖାନା ବର୍ତମାନ ନିର୍ମାଣଧିନ ଅଛି ଏବଂ କାର୍ଯ୍ୟ ଅଗ୍ରଗତି ପ୍ରାୟ ୭୦ପ୍ରତିଶତ ହୋଇଛି। ଏହି ପ୍ରକଳ୍ପ ଡିସେମ୍ବର ୨୦୨୭ ସୁଦ୍ଧା କାର୍ଯ୍ୟକ୍ଷମ ହେବା ବୋଲି ଶ୍ରୀ ନଡ୍ଡା ଆଶା ପ୍ରକାଶ କରିଛନ୍ତି।
ତାଳଚେର ସାର ଲିମିଟେଡ଼, ଗେଲ୍ ଲିମିଟେଡ଼, ରାଷ୍ଟ୍ରୀୟ କେମିକାଲସ୍ ଆଣ୍ଡ ଫର୍ଟୀଲାଇଜର୍ସ ଲିମିଟେଡ଼,କୋଲ ଇଣ୍ଡିଆ ଲିମିଟେଡ଼, ଏବଂ ଫର୍ଟିଲାଇଜର କର୍ପୋରେସନ ଅଫ ଇଣ୍ଡିଆ ଲିମିଟେଡ଼ର ଏକ ଯୌଥ ପ୍ରକଳ୍ପ।୨୦୧୫ରେ ବନ୍ଦ ପଡ଼ିଥିବା ଏଫସିଆଇ ପ୍ଲାଣ୍ଟକୁ ବଦଳାଇ ତାଳଚେରରେ ଏକ କୋଇଲା ଗ୍ୟାଫିକେଶନ ଆଧାରିତ ସାର ପ୍ଲାଣ୍ଟ ସ୍ଥାପନ କରିବା ପାଇଁ ଗଠିତ ହୋଇଥିଲା।
ପ୍ରକଳ୍ପ ଆବଶ୍ୟକତା ଅନୁଯାୟୀ ଟିଏଫଏଲ୍ ସମୟ ସମୟରେ ଏକ ଖୋଲା ନିଯୁକ୍ତି ପ୍ରକ୍ରିୟା ମାଧ୍ୟମରେ ଅଭିଜ୍ଞ ବୃତ୍ତିଗତମାନଙ୍କୁ ନିଯୁକ୍ତି ଦେଉଛି।ତଥାପି ପ୍ରକଳ୍ପ ସମ୍ବନ୍ଧିୟ ଆଉଟ୍ ସୋସିଂ, ସହାୟତା ଏବଂ ଅନ୍ୟାନ୍ୟ କାର୍ଯ୍ୟ ପାଇଁ କର୍ମଚାରୀ ମାନଙ୍କୁ ନିଯୁକ୍ତି ଦେବା ସମୟରେ, ଟିଏଫ୍ଏଲ୍ ସ୍ଥାନୀୟ ବାସିନ୍ଦାଙ୍କୁ ବିଶେଷକରି ଅନୁଗୁଳ ଜିଲ୍ଲା ଓ ଆଖପାଖର ବାସିନ୍ଦାଙ୍କୁ ପ୍ରାଥମିକତା ଦେଇଛି ବୋଲି ଶ୍ରୀ ନଡ୍ଡା ଲିଖିତ ଭାବେ ସାଂସଦ ଶ୍ରୀ ପାଣିଙ୍କୁ ଜଣାଇଛନ୍ତି।
