ବର୍ଷା ଅଭାବରୁ ହୋଇପାରୁନି କନ୍ଦମୂଳ ଅମଳ

ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ କୋଠଭୂଇଁ, ଟାଇଁସି ଓ ଅନ୍ତଳିିଆ ପଂଚାୟତର ଅନେକ ଗାଁରେ ହୋଉଛି କନ୍ଦମୂଳ ଚାଷ। ପାଣି ଅଭାବରୁ ଅମଳ ହୋଇପାରୁନାହିଁ। ଆଉ କନ୍ଦମୂଳ ବିକ୍ରିବଟା କରିବାର ବ୍ୟବସ୍ଥା ନଥିବାରୁ ଚାଷୀମାନେ ମଧ୍ୟ ଅଭାବୀ ବିକ୍ରିର ସମ୍ମୁଖୀନ ହେଉଛନ୍ତି।

ଚଳିତ ବର୍ଷ ଭଲ କନ୍ଦମୂଳ ଚାଷ ହୋଇଛି।ହେଲେ ବର୍ଷା ଅଭାବରୁ ତାହା ଅମଳ ହୋଇପାରୁନାହିଁ। ହଳ କରି ଅମଳ କରିଲା ବେଳକୁ କନ୍ଦମୂଳ ସବୁ ନଷ୍ଟ ହୋଇଯାଉଛି।

ପାଣି ଅଭାବରୁ ଏହି ସମସ୍ୟା ଦେଖା ଦେଇଛି। ଯାହା ବି ଅମଳ ହୋଇଛି ତାକୁ ଉଚିତ୍ ମୂଲ୍ୟରେ ବିକ୍ରି କରିବା ସୁବିଧା ନାହିଁ ବୋଲି କହିଛନ୍ତି ଚାଷୀ ସନ୍ତୋଷ ବେହେରା, ମହେଶ୍ୱର ସାହୁ, ଲୋଚନ ସାହୁ, ପ୍ରମୋଦ ବେହେରା, ସଞ୍ଜୟ କୁମାର ବେହେରା t, ପ୍ରଶ୍ନ କୁମାର ସାହୁ

ବଜାରରେ କନ୍ଦମୂଳର ଚାହିଦା ରହିଥିଲେ ସୁଦ୍ଧା ବିକ୍ରିବଟାର ବ୍ୟବସ୍ଥା ନଥିବାରୁ ଚଳିତ ବର୍ଷ ଚାଷୀମାନେ କ୍ଷତି ସହିବା ନିଶ୍ଚିନ୍ତ। କୃଷି ବିଭାଗ ଅନୁମୋଦନ କ୍ରମେ କିଛି ବର୍ଷ ପୂର୍ବେ ଚରମଲ୍ଲିକ କୃଷକ ଉତ୍ପାଦକ ନାମକ ଏକ କମ୍ପାନୀ ଆସି ଚାଷୀଙ୍କ ଠାରୁ କନ୍ଦମୂଳ କିଣିଥିଲେ।ତେବେ ଏହି କମ୍ପାନୀ କର୍ତ୍ତୁପକ୍ଷଙ୍କ ଦେଖା ନାହିଁ।

ତେଣୁ କମ ମୂଲ୍ୟରେ କନ୍ଦମୂଳ ବିକ୍ରି କରିବାକୁ ବାଧ୍ୟ ହେବୁ ବୋଲି କହିଛନ୍ତି କିଛି ଚାଷୀ। ଅମଳ ପୁର୍ବରୁ ଜମିକୁ ଜଳଯୋଗାଣ ବ୍ୟବସ୍ଥା ପାଇଁ ବ୍ୟବସ୍ଥା କରିବାକୁ ଜିଲ୍ଲା ପ୍ରଶାସନ ନିକଟରେ ଚାଷୀମାନଙ୍କ ପକ୍ଷରୁ ଦାବୀ ହୋଇଛି।

Leave a Reply