ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ଆନୁକୁଲ୍ୟରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଦକ୍ଷତା ବିକାଶ ତଥା ନିୟୋଜିତ କାର୍ଯ୍ୟଳୟ ସହଯୋଗରେ ଆସନ୍ତା ୭ତାରିଖରେ ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା ତାଳଚେର ସ୍ଵଂୟ ଶାସିତ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହେବ। ଏହି ନିଯୁକ୍ତି ମେଳାରେ ଅନୁଗୁଳ ଜିଲ୍ଲାର ସମସ୍ତ ବ୍ଲକ୍ ଓ ସହରାଞ୍ଚଳର ୧୮ରୁ ୩୫ବର୍ଷ ବୟସର ୫ଶ୍ରେଣୀ ଠାରୁ ସ୍ନାତକ, ଆଇଟି ଆଇ ଏବଂ ଡିପ୍ଲୋମା ପାସ ଇଚ୍ଛୁକ ପ୍ରାର୍ଥୀ ମାନେ ଅଂଶ ଗ୍ରହଣ କରିବା ସହ ଦକ୍ଷତା ବିକାଶ ତାଲିମ ପାଇଁ ଆବେଦନ କରିପାରିବେ। ଏହି ନିଯୁକ୍ତି ମେଳାରେ ଜିଲ୍ଲା, ରାଜ୍ୟ ଓ ରାଜ୍ୟ ବାହାରର ଘରୋଇ ସଂସ୍ଥା ଗୁଡ଼ିକର ନିଯୁକ୍ତି ଦାତା ଓ ଦକ୍ଷତା ବିକାଶ ତାଲିମ ପ୍ରଦାନକାରୀ ସଂସ୍ଥାମାନେ ଯୋଗ ଦେବାର ବ୍ୟବସ୍ଥା କରାଯାଇଛି।
ଏହା ସହିତ ଅନୁଗୁଳ ଆଖପାଖରେ ଥିବା ଶିଳ୍ପାନୁଷ୍ଠାନର ଭେଣ୍ଡର ଗୁଡ଼ିକ ଦ୍ୱାରା ପରୋକ୍ଷ ନିଯୁକ୍ତି ସୁଯୋଗ ପ୍ରଦାନ କରାଯିବ। ଇଛୁକ ପ୍ରାର୍ଥୀ ମାନେ ନିଜର ସମସ୍ତ ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପତ୍ର, ଆଧାର କାର୍ଡ ଓ ପାସପୋର୍ଟ ଫଟୋ ସହିତ ନିଯୁକ୍ତି ମେଳାରେ ନିର୍ଦ୍ଧାରିତ ତାରିଖରେ ସକାଳ ୧୦ଟାରୁ ଅପରାହ୍ନ ୩ଟା ମଧ୍ୟରେ ଯୋଗ ଦେଇ ନିଯୁକ୍ତି ତଥା ଦକ୍ଷତା ବିକାଶ ତାଲିମର ସୁଯୋଗ ନେଇ ପାରିବେ।
