ଜିଲ୍ଲା ସ୍ତରୀୟ ପ୍ରଧାନ ଶିକ୍ଷକ ସମ୍ମିଳନୀ’ସମ୍ଭବ ‘ ଆରମ୍ଭ’

ସ୍ଥାନୀୟ ନବକୃଷ୍ଣ ଚୌଧୁରୀ ଶିକ୍ଷକ ପ୍ରଶିକ୍ଷଣ ମହାବିଦ୍ୟାଳୟରେ ଜିଲ୍ଲା ସ୍ତରୀୟ ମାଧ୍ୟମିକ ବିଦ୍ୟାଳୟ ପ୍ରଧାନଶିକ୍ଷକ ସମ୍ମିଳନୀ ‘ ସମ୍ଭବ ‘ ଆରମ୍ଭ ହୋଇଯାଇଛି। ଏହି ଉଦ୍ଘାଟନ ସଭାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ମୁହ ମ୍ମଦ ଅକତର,ମୁଖ୍ୟବକ୍ତ ଭାବେ ମହାବିଦ୍ୟାଳୟର ଅଧ୍ୟକ୍ଷା ଦ୍ରୌପଦୀ ପଟେଲ, ସମ୍ମାନିତ ଅତିଥି ଭାବେ ଜିଲ୍ଲା ଆରକ୍ଷୀ ନିରକ୍ଷକ ରାହୁଲ୍ ଜୈନ,, କାର୍ଯକାରୀ ଉପସଭାପତି ପ୍ରସନ୍ନ ପଣ୍ଡା, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରତିଭା ବାରିକ ସମେତ ସଭାପତି ନିରଞ୍ଜନ ସାହୁ ଉପସ୍ଥିତ ଥିଲେ।

କାର୍ଯକ୍ରମ ଆରମ୍ଭରେ ପ୍ରଦୀପ ପ୍ରଜ୍ବଳନ ପରେ ଅତିଥି ମାନଙ୍କୁ ଉତ୍ତରୀୟ,ପୁଷ୍ପ ଚାରା, ଓ ବ୍ୟାଚ ପ୍ରଦାନ କରାଯାଇଥିଲା। ଜିଲ୍ଲା ଶିକ୍ଷାଧିକାରୀ ନିରଞ୍ଜନ ସାହୁ ମଞ୍ଚାସିନ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ ।

ଏହି ଅବସର ରେ ” ନବ ଉନ୍ମେଷ” ସ୍ମରଣିକା ଉନ୍ମୋଚିତ ହୋଇଥିଲା। ଏହି ସମ୍ମିଳନୀ ଆସନ୍ତା ଡିସେମ୍ବର ୨ ତାରିଖ ପର୍ଯ୍ୟନ୍ତ ଚାଲିବ।

Leave a Reply