ତାଳଚେର ସ୍ଥିତ ପବିତ୍ର ମୋହନ ସରକାରୀ ମେଡିକାଲ କଲେଜରେ ଆନ୍ତଃ ରୋଗୀ ଚିକିତ୍ସା ଦାବୀକୁ ନେଇ କଲେଜ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମୁଖରେଶାନ୍ତି ପୂର୍ଣ୍ଣ ଗଣଧାରଣା ୧୪ଦିନରେ ପହଂଚିଛି। ଉକ୍ତ କଲେଜରେ ସମସ୍ତ ସୁବିଧା ଥାଇ ମଧ୍ୟ ରୋଗୀ ସେବା ଆରମ୍ଭ କରାଯାଇ ନାହିଁ। ଏ ନେଇ କମିଟି ପକ୍ଷରୁ ଅନୁଗୁଳ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଗଣଧାରଣା ଦିଆଯାଇଥିଲା। କିନ୍ତୁ କୌଣସି ଫଳ ନମିଳିବାରୁ ପୁନର୍ବାର ତାଳଚେର ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପରିସରରେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ଦିଆଯାଇଥିଲା।
ସୂଚନା ଅନୁସାରେ ଉକ୍ତ କଲେଜରେ କେବଳ ଡାକ୍ତରୀ ପାଠ ପଢା ଆରମ୍ଭ କରାଯାଉଛି। ଏଠାରେ ତୁରନ୍ତ ରୋଗୀ ଚିକିତ୍ସା କରାଯିବାକୁ ଦାବୀ କରିବା ସହିତ ଯେ ପର୍ଯ୍ୟନ୍ତ ସେବା ଆରମ୍ଭ କରାଯାଇ ନାହିଁ ଏହି ଆନ୍ଦୋଳନ ଜାରୀ ରହିବ ବୋଲି କମିଟି ପକ୍ଷରୁ ଦାବୀ କରାଯାଇଛି।
ଏହି ଗଣଧାରଣ କମିଟିର କାର୍ଯ୍ୟକାରୀ ସଭାପତି ଅଭୟ କୁମାର ପାଣି , କେଶବ ଭୂତିଆ, ଅନୁକୂଳ ମହାନ୍ତି, ରାହାସ ଜେନା, ଉତ୍କଳ ସିଂ, ସୁବାସ ରାଉତ, ହରିହର ଦାସ୍, ବିଜୟ ମିଶ୍ର, ସନ୍ତୋଷ ମହାପାତ୍ର ପ୍ରମୁଖଙ୍କ ସମେତ ସମସ୍ତ କର୍ମକର୍ତ୍ତା ଯୋଗ ଦେଇଥିଲେ। ଏଥି ସହିତ ତୁରନ୍ତ ରୋଗୀ ସେବା ଆରମ୍ଭ ନହେଲେ ଆଗାମୀ ଦିନରେ ବିଧାନସଭା ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଗଣ ଧାରଣା ଦିଆଯିବ ବୋଲି କମିଟି ପକ୍ଷରୁ କୁହାଯାଇଛି।
