ବହୁବିଧି ଦାବୀ ନେଇ ଗୁରୁବାର ଅନୁଗୁଳ ବ୍ଲକ ପୁରୁଣାଗଡ଼ ଅଞ୍ଚଳର ଶହ ଶହ ଲୋକ ଆନ୍ଦୋଳନକୁ ଓହ୍ଲାଇଥିଲେ। ଏସୟୁସିଆଇ ନେତୃତ୍ୱରେ ଆନ୍ଦୋଳନ କାରିମାନେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ଜନସ୍ବାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟ ଓ ବ୍ଲକ ଅଫିସ ସମ୍ମୁଖରେ ପହଞ୍ଚି ନାରାବାଜି ଦେଇଥିଲେ। ଦାବୀ କରିଥଲେ ଯେ ପୁରୁଣାଗଡ ଡାକ୍ତର ଖାନାରେ ତୁରନ୍ତ ଡାକ୍ତର ଦିଅ। ମାଣିକ ଯୋଡ଼ି, ସରଧାପୁର, ମାଟିଆ ସାହି ଓ ବଡ଼କେରା ପଞ୍ଚାୟତକୁ ତୁରନ୍ତ ମୁଖ୍ୟମନ୍ତ୍ରୀ ବସ୍ ସେବା ଯୋଗାଅ
ସୟୁସିଆଇ ନେତୃତ୍ୱରେ ଗ୍ରାମବାସୀ ଗୋପବନ୍ଧୁ ପାର୍କ ଠାରୁ ଏକ ରାଲିରେ ବାହାରି ଥିଲେ। ସିଡିଏମ୍ଓ ଅଫିସ୍ ସମ୍ମୁଖରେ ପହଞ୍ଚି ନାରାବାଜି ଦେଇଥିଲେ। ନାରୀନେତ୍ରୀ ମନ୍ଦୋଦରୀ ରାଉଳଙ୍କ ପରିଚାଳନାରେ ବିକ୍ଷୋଭ ସଭାରେ ଦାବି ସମ୍ପର୍କରେ ବକ୍ତବ୍ୟ ରଖିଥିଲେ।ସିଡିଏମ୍ଓ ଡାକ୍ତର ମଦନ ମୋହନ ପ୍ରଧାନ ବିକ୍ଷୋଭ ସ୍ଥଳରେ ପହଞ୍ଚି ଅନୁଧ୍ୟାନ ପାଇଁ ଏକ ପ୍ରତିନିଧି ଦଳ ପଠାଇବା ସହ ତୁରନ୍ତ ଡାକ୍ତର କର୍ମଚାରୀ ନିଯୁକ୍ତି ପାଇଁ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।
ପରେ ଆନ୍ଦୋଳନକାରୀ ଅନୁଗୁଳ ବ୍ଲକ୍ ସମ୍ମୁଖରେ ପହଞ୍ଚି ଥିଲେ। ବ୍ଲକ ଅଫିସ ଘେରାଉ କରି ମାଣିକଯୋଡ଼ି, ସରଧାପୁର, ମାଟିଆ ସାହି ଓ ବଡ଼କେରା ପଞ୍ଚାୟତକୁ ତୁରନ୍ତ ମୁଖ୍ୟମନ୍ତ୍ରୀ ବସ୍ ସେବା ଯୋଗାଇ ଦେବା , ସରଧାପୁର ପଞ୍ଚାୟତ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି, ବନ୍ଦ୍ ପଡ଼ିଥିବା ନୂଆ ବଡ଼ଦାଣ୍ଡ ସାହି ଏବଂ ସିଟିକୋଇଲି ସ୍କୁଲ ତୁରନ୍ତ ଖୋଲିବାର ବ୍ୟବସ୍ଥା କରିବାକୁ ଦାବି କରିଥିଲେ।
ସରଧାପୁର ଗ୍ରାମ ସଭାପତି ବିଭୂତି ଭୂଷଣ ପ୍ରଧାନ, ଶୋଭାବତୀ ପ୍ରଧାନ, ମିନାକ୍ଷୀ ଚୌଧୁରୀ, ସ୍ୱାଗତିକା ସାହୁ, ଜ୍ୟୋତ୍ସ୍ନା ସାମଲ, ସଞ୍ଜୟ ସାହୁ, ନବକିଶୋର ପ୍ରଧାନ, ମାନସ ପାଳ, ସରୋଜିନି ବେହେରା, ନିରୁପମା ନାୟକ ପ୍ରମୁଖ ବକ୍ତବ୍ୟ ମାଧ୍ୟମରେ ଅନୁଗୁଳ ବ୍ଲକର ଏହି ଉପାନ୍ତ ଅଞ୍ଚଳ ପ୍ରତି ପ୍ରଶାସନିକ ଅବହେଳା ନେଇ ଅସନ୍ତୋଷ ପ୍ରକାଶ କରିଥଲେ। ଏବିଡ଼ିଓ ବିକ୍ଷୋଭ ସ୍ଥଳ କୁ ଆସି ବସ୍ ଚଳାଚଳ ଏବଂ ଶିକ୍ଷକ ନିଯୁକ୍ତି ପାଇଁ ସଂପୃକ୍ତ କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା ହୋଇଛି। ଖୁବଶୀଘ୍ର ପଦକ୍ଷେପ ନିଆଯିବ ବୋଲି ଘୋଷଣା କଲା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା।ଏହି ବିକ୍ଷୋଭରେ ପୂର୍ବତନ ସରପଞ୍ଚ ସହଦେବ ବେହେରା, କୁମାରୀ ବେହେରା, ଲକ୍ଷ୍ମୀପ୍ରିୟା ରଥ, ଅମିତା ଭଞ୍ଜ, କୁଶଧ୍ଵଜ ଅମାନ୍ତ, ଅଳୀ ବେହେରା,ଇନ୍ଦ୍ରାଣୀ ସାହୁ,ମିନାକ୍ଷୀ ବେହେରା ପ୍ରମୁଖଙ୍କ ସମେତ ବହୁ ଗ୍ରାମବାସୀ ସାମିଲ ହୋଇଥିଲେ
