ରେଳ ଧାରଣାରୁ ମୃତ ଦେହ ଉଦ୍ଧାର

କୋଲିୟରି ଥାନା ଘଣ୍ଟପଡ଼ା ଗାଁ ଦେଇ ଯାଇଥିବା ରେଳ ଧାରଣା ରୁ ଜଣଙ୍କର ମୃତ ଦେହ ଉଦ୍ଧାର ହୋଇଛି।

ମୃତକ ଜଣକ ନରହରିପୁର ଗାଁ କମଳକାନ୍ତ ସାହୁ ବୋଲି ଜଣା ପଡିଛି।ସେ ମଙ୍ଗଳବାର ଦିନ ପ୍ରାୟ ସାଢେ଼ ୧ଟା ବେଳେ ଘରୁ କୌଣସି କାମରେ ଡେରା ଆଡ଼କୁ ଆସୁଥିଲେ।।ଏହି ସମୟରେ କୌଣସି କାରଣ କୁ ନେଇ ଘଣ୍ଟପଡ଼ା ଗାଁର ରୋଡ଼ାସର ଅଞ୍ଚଳରେ ଏକ ମାଲବାହୀ ଟ୍ରେନ୍ ତାଙ୍କୁ ଧକ୍କା ଦେଇଥିଲେ। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା।

ପରେ କୋଲିୟରୀ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି।

Leave a Reply