ନିଯୁକ୍ତି ଦାବିରେ ଭୁବନେଶ୍ଵରୀ ଓ ଲିଙ୍ଗରାଜ କୋଇଲା ଖଣିରେ ଥିବା ସାଇଲୋରେ ଭାରତୀୟ ଠିକା ମଜଦୂର ସଂଘ ପକ୍ଷରୁ ଭୁବନେଶ୍ଵରୀ କୋଇଲା ଖଣିର ମହାପ୍ରବନ୍ଧକଙ୍କ କାର୍ଯ୍ୟଳୟ ସମ୍ମୁଖରେ ଗଣ ଧାରଣା ଦିଆଯାଇଛି। ଉଭୟ ଖଣି ଦ୍ୱାରା କ୍ଷତିଗ୍ରସ୍ତ ହୋଇଥିବା ଯୁବକଯୁବତୀଙ୍କୁ ଅଗ୍ରାଧିକାର ନିୟମ ଅନୁଯାୟୀ ୬୦ ପ୍ରତିଶତ ନିଯୁକ୍ତି ଦେବାର ବ୍ୟବସ୍ଥା ରହିଛି। କିନ୍ତୁ ଉଭୟ ଖଣି ଅଧୀନରେ ଚାଲୁଥିବା ସାଇଲୋରେ ସ୍ଥାନୀୟ ବେକାର ଯୁବଯୁବତୀଙଙ୍କୁ ନିଯୁକ୍ତି ଦେବା ପରିବର୍ତ୍ତେ ଅନ୍ୟ ରାଜ୍ୟରୁ ନିଯୁକ୍ତି ପ୍ରଦାନ କରାଯାଉଛି।
ଯାହାକୁ ବିରୋଧ କରିବା ସହିତ ନିଯୁକ୍ତି ପାଇଥିବା କର୍ମଚାରୀଙ୍କୁ ବିଦା କରିବା, ସାଇଲୋ ଏବଂ ସିଏଚପିରେ କାର୍ଯ୍ୟରତ ଥିବା ଠିକା କର୍ମଚାରୀଙ୍କୁ ଏଚପିସି ଦରମା ପ୍ରଦାନ,ବାଳକ ଏରୀଅର ପ୍ରଦାନ, ପରିଚୟ ପତ୍ର ପ୍ରଦାନ କରାଯାଉ ବୋଲି ଦାବି କରାଯାଇଛି।
ଏପରିକି ବେକାର ଯୁବତିଯୁବକମାନେ ଏମସିଏଲ ମୁଖ୍ୟାଳୟରେ ମଧ୍ୟ ଆନ୍ଦୋଳନ କରିଥିଲେ।ସେଠାରେ ଏମସିଏଲ କର୍ତୁପକ୍ଷ ଦାବୀ ଗୁଡ଼ିକ ପୂରଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ଲିଙ୍ଗରାଜ ଖଣି କର୍ତୁପକ୍ଷ ସମସ୍ତ ଦାବି ଗୁଡ଼ିକୁ ଅବମନାନା କରି ଏବେ କିଛି ଅଣ ଓଡ଼ିଆଙ୍କୁ ନିଯୁକ୍ତି ଦେଇଥିବା ଜଣାପଡିଛି। ଯାହାକୁ ନେଇ ସୋମବାର ସକାଳ ୬ଟାରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ଧାରଣାରେ ବସି ରହିବେ ବୋଲି ଶ୍ରମିକ ସଂଘ ପକ୍ଷରୁ ରଙ୍ଗାଧର ନାହାକ କହିଛନ୍ତି।
