ଏମଜିନରେଗାରୁ ଗାନ୍ଧୀଙ୍କ ନାଁ କାଟିବାରୁ କଂଗ୍ରେସର ବିରୋଧ

ମହାତ୍ମା ଗାନ୍ଧୀ ନିଶ୍ଚିନ୍ତ କର୍ମ ନିଯୁକ୍ତି ଯୋଜନାର ଉଚ୍ଛେଦ, ଟାଟା ପାୱାରର ମନମାନି ଓ ଧାନ ସଂଗ୍ରହରେ ଅବ୍ୟବସ୍ଥାକୁ ନେଇ ସରକାରଙ୍କ ବିରୋଧରେ ବର୍ଷିଛି କଂଗ୍ରେସ।ଗତକାଲି କଂଗ୍ରେସ ଭବନରେ ଏକ ସାମ୍ୱାଦିକ ସମ୍ମିଳନୀରେ କଂଗ୍ରେସ ବିଧାୟକ ଦଳର ଉପନେତା ତଥା ବାସୁଦେବପୁର ବିଧାୟକ ଅଶୋକ କୁମାର ଦାସ ଯୋଗ ଦେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ନିଷ୍ପତିକୁ କଡ଼ା ସମାଲୋଚନା କରିଥିଲେ।

ସେ କହିଥିଲେ ମହାତ୍ମାଗାନ୍ଧୀ ନିଶ୍ଚିନ୍ତ କର୍ମ ନିଯୁକ୍ତି ଯୋଜନାକୁ ଯେଉଁ ଭଳି ଭାବରେ କେନ୍ଦ୍ରର ବିଜେପି ସରକାର ଉଚ୍ଛେଦ କଲେ, ତାହା କଦାପି ଭାରତବର୍ଷ ବାରଦାସ୍ତ କରିବ ନାହିଁ।

ମହାତ୍ମା ଗାନ୍ଧୀଙ୍କୁ ସାରା ବିଶ୍ବ ସମ୍ମାନ ଦେଉଥିବା ବେଳେ ତାଙ୍କ ନାମରେ ପ୍ରଚଳିତ ଏକ ଜନ କଲ୍ୟାଣ ଯୋଜନାରୁ ନାମ କାଟି ଦିଆଗଲା। ଭାରତର ବହୁ ଲୋକ କର୍ମ ସଂସ୍ଥାନ ନ ପାଇ ଅନାହାରରେ ମୃତ୍ୟୁମୁଖରେ ପଡ଼ୁଥିବା ଜାଣି ତତ୍କାଳୀନ ପ୍ରଧାନ ମନ୍ତ୍ରୀ ସ୍ବର୍ଗତ ମନମୋହନ ସିଂହ ନିଶ୍ଚିନ୍ତ କର୍ମ ନିଯୁକ୍ତି ଦେବା ପାଇଁ ଏହି ଜନ ହିତକର ଯୋଜନା ଲାଗୁ କରିଥିଲେ। ଏହା ଦ୍ବାରା ଭାରତ ବର୍ଷର ବହୁ ଶ୍ରମିକ ଉପକୃତ ହେଉଥିଲେ। କିନ୍ତୁ ବିଜେପି ସରକାର ଏଭଳି ଜନହିତକର ଯୋଜନାକୁ ଉଚ୍ଛେଦ କରି ଏକ ଦିଗହରା ଯୋଜନା କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି।

ପର୍ଯ୍ୟନ୍ତ କେନ୍ଦ୍ର ସରକାର ମହାତ୍ମା ଗାନ୍ଧୀ କର୍ମ ନିଯୁକ୍ତି ଯୋଜନାକୁ ପୁନଃ ପ୍ରଚଳନ କରି ନାହାନ୍ତି ସେ ପର୍ଯ୍ୟନ୍ତ କଂଗ୍ରେସ ଦଳ ଚୁପ ହୋଇ ବସିବ ନାହିଁ ବୋଲି ସେ କହିଥିଲେ।

ଅପର ପକ୍ଷରେ ନିର୍ବାଚନରେ ୩୦୦ ୟୁନିଟ ବିଦ୍ୟୁତ୍ ମାଗଣା ଦେବାକୁ ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଥିବା ଡବଲ ଇଞ୍ଜିନ ସରକାର ଓଡ଼ିଶାବାସୀଙ୍କୁ ପ୍ରତାରଣା କରିଥିବା ସେ ଅଭିଯୋଗ କରିଥିଲେ।

ଦେଶର ପ୍ରମୁଖ ରାଜ୍ୟ ଗୁଡ଼ିକ ବାହାର ରାଜ୍ୟରୁ ବିଦ୍ୟୁତ୍ କିଣି ଆମ ରାଜ୍ୟଠାରୁ କମ୍ ଦରରେ ବିଦ୍ୟୁତ୍ ଯୋଗାଣ କରୁଥିବା ବେଳେ ଆମ ରାଜ୍ୟ ବିଦ୍ୟୁତ୍ ଉତ୍ପାଦନରେ ବଳକା ଥାଇ ବହୁ ସମସ୍ୟା ସମ୍ମୁଖୀନ ହେଉଛନ୍ତି। ମଣ୍ଡିରୁ ଧାନ ନେବାରେ ଅହେତୁକ ବିଳମ୍ବ, ଚାଷୀ ଟୋକନ ନ ପାଇ ବାର ଦୁଆର ହେବା ଆଦି ବହୁ ସମସ୍ୟା ଚାଷୀ ମାନଙ୍କ ମୁଣ୍ଡ ବିନ୍ଧା ବଢ଼ାଇଛି।

ଏଣୁ ଯଥାଶୀଘ୍ର ଚାଷୀ ସମସ୍ୟାକୁ ଦୂର କରିବା ପାଇଁ ସେ ଦାବୀ କରିଛନ୍ତି। ଏହି ସାମ୍ୱାଦିକ ସମ୍ମିଳନୀରେ ଜିଲ୍ଲା ସଭାପତି ସୁନିଲ ପ୍ରଧାନ, କଂଗ୍ରେସ ଦଳର ବରିଷ୍ଠ ନେତା ବିକାଶ ସାମଲ, ରୂପାଦିପ୍ତ ମହାପାତ୍ର,ପ୍ରଫୁଲ୍ଲ ଦାସ, ଗୋପାଳ ଚନ୍ଦ୍ର ନାଥ, ଏଲ ମାଣିକ ପ୍ରଭା, ଚିତ୍ତରଞ୍ଜନ ନାଏକ,ସୁଦୀପ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply