ସ୍ଥାନୀୟ ତହସିଲଦାର କାର୍ଯ୍ୟଳୟ ସମ୍ମୁଖରେ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଗତକାଲି ଅପରାହ୍ନରେ ମନରେଗା ବଞ୍ଚାଅ ଅଭିଯାନ କ୍ରମରେ ଜିଲ୍ଲା ସଭାପତି ଅନୁଷ୍ଠିତ ହୋଇଯାଇଛି।
ଏହି ସଭାରେ ସଭାପତିତ୍ବ କରି ଜିଲ୍ଲା ସଭାପତି ଶ୍ରୀ ପ୍ରଧାନ କେନ୍ଦ୍ରରେ କ୍ଷମତାସିନ ବିଜେପି ସରକାର ନିଜର ହୀନମନ୍ୟତାକୁ ଦେଖାଇବାକୁ ଯାଇ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିନ୍ତ ରୋଜଗାର ଆଇନକୁ ଉଚ୍ଛେଦ କରି ଯେଉଁ ଭଳି ଭାବରେ ଏକ ଦିଶାହିନ ଯୋଜନାକୁ କାର୍ଯ୍ୟକାରୀ କରି ନେଉଛନ୍ତି। ତା ଭାରତବାସି ଆଦୌ ବରଦାସ୍ତ କରିବେ ନାହିଁ ବୋଲି ପ୍ରକାଶ କରିଥିଲେ।
ଏହି ପ୍ରତିବାଦ ସଭାରେ ବିଭିନ୍ନ ବକ୍ତାମାନେ ନିଜନିଜର ବକ୍ତବ୍ୟ ରଖି କେନ୍ଦ୍ର ସରକାରଙ୍କ ମାହାତ୍ମ୍ୟଗାନ୍ଧୀ ନାମକୁ ଉଚ୍ଛେଦ ଅଭିଯାନର ଘୋର ବିରୋଧ କରିଥିଲେ। ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ପ୍ରଦେଶ କଂଗ୍ରେସ କମିଟିର ମୁଖପାତ୍ର ଜଗଦାନନ୍ଦ ପ୍ରଧାନ, ପ୍ରଦେଶ କୃଷକ କଂଗ୍ରେସର ଉପସଭାପତି ଉମେଶ ଚନ୍ଦ୍ର ସାହୁ, ପୂର୍ବତନ ତାଳଚେର ବିଧାୟକ ପାର୍ଥି ପ୍ରଫୁଲ୍ଲ ଦାସ, ଗୋପାଳ ଚନ୍ଦ୍ର ନାଥ, ଚିତ୍ତରଂଜନ ନାଏକ,ବଳବୀର ସିଂହ, ଦାଶରଥି ସାହୁ, ଦୁଷ୍ମନ୍ତ ଦଳ ବେହେରା, ତପନ ପ୍ରଧାନ, ବିନୋଦ ମାଝୀ, ସୁଦୀପ ମିଶ୍ର, ପ୍ରଦ୍ୟୁମ୍ନ ସାହୁ, ଜମ୍ବେଶ୍ଵର ପଟ୍ଟନାୟକ, ସୁବାସ ସାହୁ, ଶିଶିର ପାଳ, କସିଦା ଖାନ, ଜ୍ୟୋତିରଂଜନ ପ୍ରଧାନ, ଅରୁପ ସାମଲ, ସଂଗ୍ରାମ ବେହେରା, ଅଳକା ମହାନ୍ତି , ଅଳକା ମହାପାତ୍ର, ମାନିନୀ ପ୍ରଧାନ, ରଶ୍ମି ରଞ୍ଜନ ସାହୁ, ଛାଡ଼ି ସାହୂ, ଅରୁଣ ଦାସ, ଜଗନ୍ନାଥ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।
