ଅନୁଗୁଳ ସହରରେ ଆଲୋକିରଣ ହୋଇଥିବା ବେଳେ ସହର ଏବେ ଝଲସି ଉଠୁଛି। ସହର ପ୍ରାୟ ସବୁ ପ୍ରମୁଖ ରାସ୍ତା ଏବେ ଅନ୍ଧକାରମୁକ୍ତ। ସେପଟେ କିନ୍ତୁ ସହରଠାରୁ କିଛି ରାସ୍ତାର ଅନ୍ଧକାରମୟ ହୋଇପଡିଛନ୍ତି। ସହରର ନିକଟ ପଂଚମହଲ ରୁ ସଦର ଥାନା ପର୍ଯ୍ୟନ୍ତ ଲାଗିଥିବା ଷ୍ଟ୍ରୀଟ୍ ଲାଇଟ୍ ଖରାପ ହୋଇପଡିଥିବା ବେଳେ ଆଉ ଜଳୁ ନଥିବା ଦେଖିବାକୁ ମିଳିଛି। ଫଳରେ ୫୫ ନମ୍ବର ଜାତୀୟ ରାଜପଥ ଅନ୍ଧାରରେ ରହୁଛି।
ସୂଚନା ମୁତାବକ ଅନୁଗୁଳର ୫୫ନମ୍ବର ଜାତୀୟ ରାଜପଥରେ ଅଲୋକିକରଣ ବ୍ୟବସ୍ଥା ପ୍ରଥମରୁ ଫେଲ୍ ମାରିଛି।ସହର ଉପକଣ୍ଠ ଅଞ୍ଚଳ ରେ ଦୁର୍ଘଟଣା ଓ ଚୋରି ଭଳି ଅପରାଧିକ କାର୍ଯ୍ୟ ହ୍ରାସ ନେଇ ଲକ୍ଷ୍ୟ ରଖାଯାଇ ଏହି ଷ୍ଟ୍ରୀଟ୍ ଲାଇଟ୍ ସବୁ ଲଗାଯାଇଥିଲା । ଅନୁଗୁଳ କରଡ଼ାଗାଡିଆ ଛକ ନିକଟରୁ ରନ୍ତଳେଇ ସଦର ଥାନା ପର୍ଯ୍ୟନ୍ତ ଜାତୀୟ ରାଜପଥର ଦୁଇ ପାର୍ଶ୍ଵରେ ଶତାଧିକ ଷ୍ଟ୍ରୀଟ୍ ଲାଇଟ୍ ଲାଗିଥିଲା। ଗତବର୍ଷ କୋଟି କୋଟି ତାଙ୍କ ଖର୍ଚ୍ଚ କରାଯାଇ କାମ ଶେଷ କରାଯାଇଥିଲା।
ସେହିପରି କାମ ଶେଷ ପରେ ବିଳମ୍ବ ନକରି ଲାଇଟ୍ ଗୁଡ଼ିକ କାର୍ଯ୍ୟକ୍ଷମ କରାଯାଇଥିଲା। ଫଳରେ ପଂଚମହଲା ଠାରୁ ରନ୍ତାଲେଇ ସଦର ଥାନା ପର୍ଯ୍ୟନ୍ତ ରାସ୍ତାରୁ ଅନ୍ଧାର ହଟିଥିଲା। ଆଲୋକିକରଣ ପରେ ବିଭିନ୍ନ ସମୟରେ ପୂର୍ବରୁ ପଞ୍ଚମହଲା ନିକଟ ରାସ୍ତାରୁ ଚୋରି ଡକାୟତି ଭଳି ଅପରାଧିକ କାର୍ଯ୍ୟରେ ଅଙ୍କୁଶ ଲାଗିଥିଲା।
ସେହିପରି ଦୁର୍ଘଟଣା ଉପରେ ମଧ୍ୟ ରୋକ୍ ଲଗାଯାଇଥିଲା। ତେବେ ଷ୍ଟ୍ରୀଟ୍ ଲାଇଟ୍ ଲାଗିବାର ବର୍ଷେ ମଧ୍ୟରେ ଆଲୋକିକରଣ ଯୋଜନା ଫେଲ ମାରିଥିବା ଶତାଧିକ ଲାଇଟ୍ ଏବେ ବନ୍ଦ ପଡିଛି। ସନ୍ଧ୍ୟା ଓ ରାତି ସମୟରେ ଉକ୍ତ ରାସ୍ତାରେ ଆଉ ଆଗଭଳି ଆଲୋକ ନାହିଁ।ବଦଳରେ ଏହି ରାସ୍ତାରେ ଅନ୍ଧାରର ରାଜୁତି ଦେଖା ଯାଉଛି। ଫଳରେ ଗୋରୁ ଗାଈ ପାଇଁ ରାସ୍ତା ଉପରେ ବାଇକ୍ ଚାଳକ ମାନେ ଅଡ଼ୁଆରେ ପଡ଼ୁଛନ୍ତି। ଅନ୍ଧାରରେ ହଠାତ୍ ରାସ୍ତା ଉପରେ ଗୋରୁଙ୍କୁ ଦେଖି ହେଉ ନଥିବା ବେଳେ ଦୁର୍ଘଟଣା ହେଉଛି।ଫଳରେ ବାଇକ୍ ଚାଳକ ମାନେ ରାସ୍ତା ଉପରେ ପଡ଼ି ଆହତ ହେଉଛନ୍ତି। ଅନ୍ୟ ପକ୍ଷରେ ୪କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରାଯାଇ ସହରକୁ ଆଲୋକିକରଣ କରାଯାଇଛି।
ସହରର ରାସ୍ତାରେ ଉଚ୍ଚ କ୍ଷମତା ସଂପନ୍ନ ଷ୍ଟ୍ରୀଟ୍ ଲାଇଟ୍ ସହିତ ରଙ୍ଗ ବେରଙ୍ଗ ଲାଇଟ୍ ଲଗାଯାଇଛି। ଫଳରେ ସହର ଲାଇଟର ଝଲସି ଉଠୁଛି ।କିନ୍ତୁ ସହର ଉପକଣ୍ଠ ଅଞ୍ଚଳ ରେ ଏହି ଅବ୍ୟବସ୍ଥା ନେଇ ସାଧାରଣରେ ଅସନ୍ତୋଷ ଦେଖାଯାଉଛି।ଉକ୍ତ ରାସ୍ତାରେ ଲାଗିଥିବା ଲାଇଟଗୁଡ଼ିକ ମରାମତି କରାଯାଇ କାର୍ଯ୍ୟକ୍ଷମ କରାଯିବାକୁ ଦାବି ହୋଇଛି।
