ବିଜେପି ପକ୍ଷରୁ ସୋମନାଥ ସ୍ୱାଭିମାନ ପର୍ବ

ତାଳଚେର ବିଜେପି ପୌରମଣ୍ଡଳ ପକ୍ଷରୁ ଫାଷ୍ଟଗେଟ୍ ନିକଟସ୍ଥ ଚିତ୍ରକୁଟ ଶିବ ମନ୍ଦିରରେ ଗତକାଲି ଅପରାହନରେ ସୋମନାଥ ସ୍ୱାଭିମାନ ପର୍ବ ପାଳନ କରାଯାଇଛି।ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଆହ୍ୱାନ କ୍ରମେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ପୌରମଣ୍ଡଳ ବିଜେପି ସଭାପତି ଯଯାତି ପଟ୍ଟନାୟକ ଯୋଗ ଦେଇଥିଲେ।ସୋମନାଥ ମନ୍ଦିର ଆକ୍ରମଣର ୧ହଜାର ବର୍ଷ ଏବଂ ମନ୍ଦିର ନିର୍ମାଣର ୭୫ବର୍ଷ ପୂରଣ ଅବସରରେ ବିଜେପି ପକ୍ଷରୁ ସବୁ ଶିବ ମନ୍ଦିରରେ ସାମୁହିକ ପୂଜାର୍ଚ୍ଚନା ଓ ପ୍ରଦୀପ ପ୍ରଜ୍ବଳନ କରି ସୋମନାଥ ସ୍ୱାଭିମାନ ପର୍ବ ପାଳନ କରାଯାଉଛି ବୋଲି ପ୍ରକାଶ କରିଥିଲେ।

କାର୍ଯ୍ୟକ୍ରମରେ ମିଡ଼ିଆ ସେଲ ସଂଯୋଜକ ପର୍ଶୁରାମ ବାରିକ, ନଗରପାଳ ପବିତ୍ର ଭୁତିଆ, କାଉନସିଲର ଅନିତା ବିଶ୍ବାଳ, ସନ୍ତୋଷ ବେହେରା, ସ୍ଵାଧୀନ ଥମ୍ୱ, ଜିତେନ୍ଦ୍ର ଭୁତିଆ, ଆସିଫ ଖାନ ଓ ମଣ୍ଟୁ ଗଡ଼ ନାୟକ ପ୍ରମୁଖ ଯୋଗ ଦେଇଥିଲେ।

ବରିଷ୍ଠ ବିଜେପି ନେତା ଜିତେନ୍ଦ୍ର ଦାସ, ପୂର୍ବତନ ମଣ୍ଡଳ ସଭାପତି ଯଶୋବନ୍ତ ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।ଏହି କାର୍ଯ୍ୟକ୍ରମରେ ପୌର ମଣ୍ଡଳର ବହୁ କାର୍ଯ୍ୟକର୍ତ୍ତା ଓ ସଦସ୍ୟ ସଦସ୍ୟାମାନେ ଉପସ୍ଥିତ ଥିଲେ।

Leave a Reply