ଆଇଡ୍ରିମ୍ ମ୍ୟାନେଜମେଣ୍ଟ ଏବଂ ନର୍ସିଂ କଲେଜର ବାର୍ଷିକ କ୍ରୀଡା

ତାଳଚେର ବଲ୍ଲର ଛକ ସ୍ଥିତ ଆଇଡ୍ରିମ୍ ମ୍ୟାନେଜମେଣ୍ଟ ଏବଂ ନର୍ସିଂ କଲେଜର ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟ ପରିସରରେ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ ଛାତ୍ରଛାତ୍ରୀମାନେ ଭାଗ ନେଇଥିଲେ। ଉଦଯାପନୀ ଉତ୍ସବରେ ମୂଖ୍ୟ ଅତିଥି ଭାବେ ତାଳଚେର ଓକିଲ ସଂଘର ସଭାପତି ସନ୍ତୋଷ କୁମାର ସାହୁ,ମୁଖ୍ୟବକ୍ତା ଭାବେ ଡ଼ା ସସ୍ମିତା ସାହୁ, ସମ୍ମାନିତ ଅତିଥି ଭାବେ ରଶ୍ମି ରଞ୍ଜନ ମିଶ୍ର ଯୋଗ ଦେଇଥିଲେ। କ୍ରୀଡା ପ୍ରତିଯୋଗିତାରେ ସଫଳ ହୋଇଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା।

କଲେଜରେ ନିର୍ଦ୍ଦେଶକ ଦିପ୍ତିରଞ୍ଜନ୍ ବିଶ୍ଵାଳ, ଅଧକ୍ଷ ଯୋଗେଶ୍ୱର ସାହୁ, ପ୍ରଦୀପ ମହାପାତ୍ର, ନିର୍ମଳ ମହାନ୍ତ ପରମାନନ୍ଦ ନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମକୁ ସଫଳ ଭାବରେ ଆୟୋଜନ କରିବାରେ ପ୍ରଭାସିନୀ ସାହୁ, ଜ୍ୟୋତିର୍ମୟୀ ସାହୁ, ପ୍ରିୟଦର୍ଶିନୀ ମହାନ୍ତ,ପାୟଲ ଶତପଥୀ ସ୍ବସ୍ତି ପ୍ରକାଶ ନାଏକ, ମହେଶ୍ଵତା ବିଶ୍ଵାଳ ଏବଂ ଛାତ୍ରଛାତ୍ରୀ ସହଯୋଗ କରିଥିଲେ

Leave a Reply