ତାଳଚେର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ୩୪ତମ ବାର୍ଷିକ ଉତ୍ସବ ଗତକାଲି ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି। ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମାରୋହକୁ ଉଦ୍ଘାଟନ କରିଥିଲେ।
ଶିକ୍ଷା ଓ ଉତ୍ତମ ନାଗରିକ ଗଠନ କ୍ଷେତ୍ରରେ ଶିଶୁ ମନ୍ଦିର ଭୂମିକା ସମ୍ପର୍କରେ ଶ୍ରୀ ପାଣି ଆଲୋକପାତ କରିଥଲେ। ସମ୍ମାନିତ ଅତିଥି ଭାବେ ଏମସିଏଲ୍ ଲିଙ୍ଗରାଜ କୋଇଲା କ୍ଷେତ୍ରର ମାନବ ସମ୍ବଳର ପ୍ରବନ୍ଧକ କେ. ପ୍ରସାଦ, ମୁଖ୍ୟବକ୍ତା ବିଶିଷ୍ଟ ସ୍ତମ୍ଭକାର ଚିତ୍ତରଞ୍ଜନ ପ୍ରଧାନ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ମାର୍ଗଦର୍ଶନ କରାଇଥିଲେ।
ବିଦ୍ୟାଳୟର ମୁଖ୍ୟ ପ୍ରଶାସକ ପ୍ରତାପ ଚନ୍ଦ୍ର ଦେହୁରୀଙ୍କ ଅଧକ୍ଷତା ରେ ଅନୁଷ୍ଠିତ କାର୍ଯକ୍ରମରେ ପ୍ରଶାସକ ଗଣେଶ ପ୍ରସାଦ ସାହୁ ଅତିଥି ପରିଚୟ, ପ୍ରଧାନ ଆଚାର୍ଯ୍ୟ ବାବୁଲି ସାମଲ ବିବରଣୀ ପାଠ ଓ ଚନ୍ଦନ କୁମାର ପ୍ରଧାନ ଧନ୍ୟବାଦ୍ ଦେଇଥିଲେ।
ସମାରୋହରେ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟତ୍ରୀ, କର୍ମଚାରୀ, ଛାତ୍ରଛାତ୍ରୀଙ୍କ ସମେତ ଅବିଭାବକମାନେ ଯୋଗଦେଇ ଚିତ୍ତାକର୍ଷକ ପ୍ରଦର୍ଶନରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା।
