କଣିହାଁ ଅଞ୍ଚଳ ର ବିଭିନ୍ନ ସମସ୍ୟା ନେଇ ତହସିଲଦାରଙ୍କୁ ଦରଖାସ୍ତ ଦେଲେ ଆକ୍ଟିଭ ମିଡ଼ିଆ ୟୁଥ୍ କ୍ଲବ୍

କଣିହାଁ ବ୍ଲକ୍ ର ବିଭିନ୍ନ ସମସ୍ୟା ନେଇ ଆକ୍ଟିଭ ମିଡ଼ିଆ ୟୁଥ୍ କ୍ଲବ୍ କଣିହାଁ ପକ୍ଷରୁ ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। କଣିହାଁ ଅଞ୍ଚଳ ରୁ ଶହ ଶହ କୋଟି ଟଙ୍କାର ରାଜସ୍ବ ସରକାରଙ୍କ ରାଜକୋଷକୁ ଯାଉଛି। ବଦଳରେ କଣିହାଁ ଅଞ୍ଚଳ ରେ ସେମିତି ଆଖି ଦୃଶିଆ ବିକାଶ ହେଉ ନାହିଁ। କଣିହାଁ ଅଞ୍ଚଳ ରେ ଗମନାଗମନ ପାଇଁ ଭଲ ରାସ୍ତା ନାହିଁ ।

ଡ଼ାକ୍ତରଖାନାରେ ଆବଶ୍ୟକ ଡାକ୍ତର ନାହାନ୍ତି। ଶବ ବ୍ୟବଚ୍ଛେଦ ପାଇଁ ଗୃହ ମଧ୍ୟ ନାହିଁ। ଶିକ୍ଷା କ୍ଷେତ୍ରରେ କଣିହାଁ ଅବହେଳିତ। ସ୍କୁଲ ଅଛି, ଶିକ୍ଷକ ନାହାନ୍ତି। ଅଳ୍ପ ଶିକ୍ଷକଙ୍କ ଦ୍ଵାରା ଶିକ୍ଷାଦାନ ବାଧପ୍ରାପ୍ତ ହେଉଛି।ଏସବୁ ସମସ୍ୟା ପ୍ରତି ଶିକ୍ଷକ ଦୃଷ୍ଟି ଦେଇ ତାର ସମାଧାନ କରିବାକୁ କ୍ଲବ ର କର୍ମକର୍ତ୍ତା ଦାବି କରିଛନ୍ତି।

Leave a Reply