ଶନିଙ୍କ ନକ୍ଷତ୍ର ପରିବର୍ତ୍ତନ: ଆଗାମୀ ୧୦୦ ଦିନରେ ୫ ରାଶିଙ୍କ ଭାଗ୍ୟ ଚମକିବ! ଚାକିରିରୁ ବ୍ୟବସାୟ ପର୍ଯ୍ୟନ୍ତ ମିଳିପାରେ ସଫଳତା

ଭୁବନେଶ୍ୱର: ଜ୍ୟୋତିଷଶାସ୍ତ୍ର ଅନୁସାରେ, ଶନିଦେବଙ୍କ ଗତି ଓ ନକ୍ଷତ୍ର ପରିବର୍ତ୍ତନର ପ୍ରଭାବ ମଣିଷର ଜୀବନ, କର୍ମ, ଚାକିରି ଓ ଆର୍ଥିକ ସ୍ଥିତି ଉପରେ ପଡ଼ିଥାଏ ବୋଲି ବିଶ୍ୱାସ କରାଯାଏ। ଅକ୍ଟୋବର ୯ ତାରିଖରେ ଶନିଦେବ ଉତ୍ତରଭାଦ୍ରପଦ ନକ୍ଷତ୍ରରେ ପ୍ରବେଶ କରିଛନ୍ତି। ଜ୍ୟୋତିଷୀୟ ଗଣନା ଅନୁସାରେ, ଏହି ନକ୍ଷତ୍ରରେ ଶନିଙ୍କ ଅବସ୍ଥାନ ଆଗାମୀ ୧୦୭ ଦିନ ପର୍ଯ୍ୟନ୍ତ ରହିବ। ଏହି ସମୟରେ ବୃଷ, ମିଥୁନ, ତୁଳା, ମକର ଓ କୁମ୍ଭ ରାଶିର ବ୍ୟକ୍ତିମାନେ କର୍ମକ୍ଷେତ୍ର ଓ ଆର୍ଥିକ ଦିଗରେ ଲାଭ ପାଇପାରନ୍ତି ବୋଲି ଜ୍ୟୋତିଷୀୟ ଆକଳନ କରାଯାଇଛି।

ଶନିଙ୍କ ନକ୍ଷତ୍ର ପରିବର୍ତ୍ତନର ମହତ୍ତ୍ୱ

ବୈଦିକ ଜ୍ୟୋତିଷଶାସ୍ତ୍ରରେ ଶନିଙ୍କୁ କର୍ମଫଳଦାତା ଓ ନ୍ୟାୟର ଦେବତା ଭାବେ ଗ୍ରହଣ କରାଯାଏ। ମଣିଷ ନିଜ କର୍ମ ଅନୁସାରେ ଫଳ ପାଇଥାଏ ବୋଲି ଧାର୍ମିକ ବିଶ୍ୱାସ ରହିଛି। ବର୍ତ୍ତମାନ ଶନି ମୀନ ରାଶିରେ ବକ୍ରୀ ଅବସ୍ଥାରେ ଉତ୍ତରଭାଦ୍ରପଦ ନକ୍ଷତ୍ର ଦେଇ ଗତି କରୁଛନ୍ତି। ଏହି ସମୟରେ ଧୈର୍ଯ୍ୟ, ଶୃଙ୍ଖଳା ଓ ନିରନ୍ତର ପରିଶ୍ରମ କରୁଥିବା ବ୍ୟକ୍ତିଙ୍କୁ ଭଲ ଫଳ ମିଳିପାରେ ବୋଲି ଜ୍ୟୋତିଷୀୟ ମତ ରହିଛି। ତେବେ ଏହାର ପ୍ରଭାବ ବ୍ୟକ୍ତିଙ୍କ ଜନ୍ମକୁଣ୍ଡଳୀ ଅନୁସାରେ ଭିନ୍ନ ହୋଇପାରେ।

ବୃଷ ରାଶି: ଚାକିରିରେ ମିଳିପାରେ ନୂଆ ଦାୟିତ୍ୱ

ବୃଷ ରାଶିର ବ୍ୟକ୍ତିଙ୍କ ପାଇଁ ଆଗାମୀ ସମୟ କର୍ମକ୍ଷେତ୍ର ଦୃଷ୍ଟିରୁ ଅନୁକୂଳ ରହିପାରେ। ଚାକିରି କରୁଥିବା ଲୋକଙ୍କୁ ନୂଆ ପ୍ରକଳ୍ପ କିମ୍ବା ବଡ଼ ଦାୟିତ୍ୱ ମିଳିବାର ସମ୍ଭାବନା ରହିଛି। ବ୍ୟବସାୟୀମାନେ ନୂଆ ଗ୍ରାହକଙ୍କ ସହ ଯୋଡ଼ି ହେବା ଓ ବ୍ୟବସାୟ ବିସ୍ତାର କରିବାର ସୁଯୋଗ ପାଇପାରନ୍ତି। ତେବେ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବା ଜରୁରୀ।

ମିଥୁନ ରାଶି: ଅଟକିଥିବା କାମରେ ଆସିବ ଗତି

ମିଥୁନ ରାଶିର ଲୋକଙ୍କ ଦୀର୍ଘଦିନରୁ ଅଟକିଥିବା କାମ ଆଗକୁ ବଢ଼ିପାରେ। କାର୍ଯ୍ୟକ୍ଷେତ୍ରରେ ବରିଷ୍ଠ ଅଧିକାରୀଙ୍କ ସହଯୋଗ ମିଳିବାର ଆଶା ରହିଛି। ବ୍ୟବସାୟୀମାନେ ନୂଆ ସୁଯୋଗ ପାଇପାରନ୍ତି। ପୁରୁଣା ସମ୍ପର୍କ ମଧ୍ୟ ଲାଭଦାୟକ ହୋଇପାରେ। ତେବେ ଅର୍ଥ ସମ୍ପର୍କିତ ନିଷ୍ପତ୍ତି ନେବାବେଳେ ତରବରିଆ ହେବା ଉଚିତ୍ ନୁହେଁ।

ତୁଳା ରାଶି: ପଦୋନ୍ନତି ଓ ଆୟ ବୃଦ୍ଧିର ସମ୍ଭାବନା

ତୁଳା ରାଶିର ବ୍ୟକ୍ତିଙ୍କ ପାଇଁ ଏହି ସମୟ କ୍ୟାରିୟରରେ ଉନ୍ନତି ଆଣିପାରେ। ପଦୋନ୍ନତି କିମ୍ବା ନୂଆ ଦାୟିତ୍ୱ ଅପେକ୍ଷାରେ ଥିବା ଲୋକଙ୍କୁ ସକାରାତ୍ମକ ଖବର ମିଳିପାରେ। ବ୍ୟବସାୟରେ ନୂଆ ଯୋଜନା ଆରମ୍ଭ କରିବାର ସୁଯୋଗ ମିଳିପାରେ। ଆୟ ଓ ସଞ୍ଚୟ ମଧ୍ୟରେ ସନ୍ତୁଳନ ରଖିବା ଲାଭଦାୟକ ହେବ।

ମକର ରାଶି: ପରିଶ୍ରମର ମିଳିପାରେ ଫଳ

ମକର ରାଶିର ଲୋକଙ୍କୁ ନିଜ ଦକ୍ଷତା ପ୍ରମାଣ କରିବାର ସୁଯୋଗ ମିଳିପାରେ। ଚାକିରିରେ କରିଥିବା କାମର ପ୍ରଶଂସା ମିଳିବା ସହ ବ୍ୟବସାୟୀଙ୍କୁ ନୂଆ ଚୁକ୍ତି କିମ୍ବା ସହଭାଗିତାରୁ ଲାଭ ମିଳିପାରେ। ପୁରୁଣା ନିବେଶ ସମ୍ପର୍କରେ ନିଷ୍ପତ୍ତି ନେବାବେଳେ ସତର୍କ ରହିବା ଆବଶ୍ୟକ।

କୁମ୍ଭ ରାଶି: ଧୀରେ ଧୀରେ ସୁଧୁରିବ ପରିସ୍ଥିତି

କୁମ୍ଭ ରାଶିର ବ୍ୟକ୍ତିଙ୍କ ଜୀବନରେ ଧୀରେ ଧୀରେ ସୁଧାର ଆସିପାରେ। ନୂଆ ଚାକିରି ଖୋଜୁଥିବା ଲୋକଙ୍କୁ ସୁଯୋଗ ମିଳିପାରେ। ବ୍ୟବସାୟରେ ନୂଆ ଯୋଜନା ଆରମ୍ଭ କରିବାର ସମୟ ଆସିପାରେ। ତେବେ ଶନିଙ୍କ ସାଢ଼େସାତୀର ଶେଷ ପର୍ଯ୍ୟାୟର ପ୍ରଭାବ ରହିପାରୁଥିବାରୁ ଧୈର୍ଯ୍ୟ ରଖିବା ଜରୁରୀ।

Leave a Reply