ପିଲାଙ୍କ ରୁମ୍‌ରେ କେଉଁ ଗଛ ରଖିବେ? ବିଶେଷଜ୍ଞଙ୍କ ପରାମର୍ଶରେ ଜାଣନ୍ତୁ

ପିଲାମାନଙ୍କ ରୁମ୍‌କୁ ସୁନ୍ଦର, ସତେଜ ଓ ପ୍ରାକୃତିକ ପରିବେଶ ଦେବା ପାଇଁ ଇଣ୍ଡୋର ପ୍ଲାଣ୍ଟ ରଖିବା ଏକ ଭଲ ବିକଳ୍ପ। ଘର ଭିତରେ ଗଛ ରହିଲେ ରୁମ୍‌ର ସୌନ୍ଦର୍ଯ୍ୟ ବଢ଼ିବା ସହ ପିଲାମାନଙ୍କ ମଧ୍ୟରେ ପ୍ରକୃତି ପ୍ରତି ଆଗ୍ରହ ଓ ଯତ୍ନ ନେବାର ଅଭ୍ୟାସ ମଧ୍ୟ ସୃଷ୍ଟି ହୋଇପାରେ। କିନ୍ତୁ ପିଲାଙ୍କ ରୁମ୍‌ ପାଇଁ ଯେକୌଣସି ଗଛ ବାଛିବା ଠିକ୍‌ ନୁହେଁ। ଗଛଟି ଶିଶୁଙ୍କ ପାଇଁ ସୁରକ୍ଷିତ, କମ୍‌ ଯତ୍ନରେ ବଢ଼ୁଥିବା ଏବଂ ରୁମ୍‌ର ଆଲୋକ ପରିବେଶ ସହ ଖାପ ଖାଉଥିବା ହେବା ଆବଶ୍ୟକ।

ସ୍ପାଇଡର ପ୍ଲାଣ୍ଟ ପିଲାଙ୍କ ରୁମ୍‌ ପାଇଁ ଏକ ଭଲ ବିକଳ୍ପ। ଏହା କମ୍‌ ଆଲୋକରେ ମଧ୍ୟ ବଢ଼ିପାରେ ଏବଂ ଅଧିକ ଯତ୍ନ ଆବଶ୍ୟକ କରେନାହିଁ। ଏହାର ଲମ୍ବା ପତ୍ର ଓ ଛୋଟ ଛୋଟ ନୂଆ ଚାରା ଦେଖିବାକୁ ପିଲାମାନଙ୍କୁ ଆକର୍ଷଣୀୟ ଲାଗେ। ଏହାକୁ ଶେଲ୍ଫ କିମ୍ବା ହ୍ୟାଙ୍ଗିଂ ପଟ୍‌ରେ ରଖାଯାଇପାରେ।

ପୋନିଟେଲ୍ ପାମ୍‌ ମଧ୍ୟ ପିଲାଙ୍କ ରୁମ୍‌ ପାଇଁ ଉପଯୋଗୀ ଗଛ। ଏହାର ଦେଖା ଅନ୍ୟ ଇଣ୍ଡୋର ପ୍ଲାଣ୍ଟଠାରୁ ଭିନ୍ନ ଏବଂ ଏହାକୁ ବହୁତ ଅଧିକ ପାଣି ଦେବା ଦରକାର ହୁଏନାହିଁ। ତେଣୁ ଗଛର ଯତ୍ନ ନେବା ଶିଖୁଥିବା ପିଲାମାନଙ୍କ ପାଇଁ ଏହା ଭଲ ଚୟନ ହୋଇପାରେ। (ବୋଷ୍ଟନ୍ ଫର୍ଣ୍ଣ ମଧ୍ୟ ରୁମ୍‌ରେ ସବୁଜିମା ଆଣିଥାଏ। ଏହାର ଘନ ପତ୍ର ରୁମ୍‌କୁ ଅଧିକ ସୁନ୍ଦର କରେ। ପିଲାଙ୍କ ରୁମ୍‌ ପାଇଁ ଗଛ ବାଛିବା ସମୟରେ ବିଷାକ୍ତ ନୁହେଁ ଏବଂ ମଣିଷଙ୍କ ପାଇଁ ସୁରକ୍ଷିତ ପ୍ରଜାତି ବାଛିବା ଉଚିତ।

ପ୍ରେୟର୍ ପ୍ଲାଣ୍ଟ ବା କାଲାଥିଆ ଏହାର ରଙ୍ଗୀନ ଓ ଆକର୍ଷଣୀୟ ପତ୍ର ପାଇଁ ଖୁବ ସୁନ୍ଦର ଲାଗେ। ଏହି ଗଛର ପତ୍ର ରାତି ସମୟରେ ଉପରକୁ ମୁଡ଼ିଯାଏ, ଯାହା ପିଲାମାନଙ୍କ ପାଇଁ ଆଗ୍ରହଜନକ ହୋଇପାରେ। ଏହାକୁ ଦେଖାଶୁଣା କରିବା ମାଧ୍ୟମରେ ପିଲାମାନେ ଗଛର ବୃଦ୍ଧି ଓ ପ୍ରକୃତି ବିଷୟରେ ଶିଖିପାରିବେ।

ଏୟାର୍ ପ୍ଲାଣ୍ଟ ମଧ୍ୟ ଏକ ଆକର୍ଷଣୀୟ ବିକଳ୍ପ। ଏହା ପାରମ୍ପରିକ ଭାବେ ମାଟିରେ ଲଗାଇବା ଆବଶ୍ୟକ କରେନାହିଁ ଏବଂ ଛୋଟ ଆକାର ହେତୁ ରୁମ୍‌ର ଛୋଟ ସ୍ଥାନରେ ମଧ୍ୟ ରଖାଯାଇପାରେ। ପିଲାମାନଙ୍କ ପାଇଁ ଏହା ଗଛର ଯତ୍ନ ଓ ବୃଦ୍ଧି ବୁଝିବାର ଏକ ମଜାଦାର ଉପାୟ ହୋଇପାରେ।

ତେବେ ପିଲା ଥିବା ଘରେ ଗଛ ବାଛିବା ସମୟରେ ସୁରକ୍ଷା ସବୁଠାରୁ ଆଗରେ ରଖିବା ଦରକାର। କିଛି ଗଛର ପତ୍ର କିମ୍ବା ରସ ଖାଇଦେଲେ ଶିଶୁଙ୍କ ମୁହଁରେ ଜ୍ୱଳନ ବା ଅନ୍ୟ ସମସ୍ୟା ହୋଇପାରେ। ତେଣୁ ଛୋଟ ପିଲା ଥିଲେ ଗଛର ପ୍ରଜାତି ବିଷୟରେ ପୂର୍ବରୁ ଭଲ ଭାବେ ଯାଞ୍ଚ କରିବା ଆବଶ୍ୟକ। କ୍ୟାକ୍ଟସ୍‌ ଭଳି କଣ୍ଟା ଥିବା ଗଛକୁ ମଧ୍ୟ ଛୋଟ ପିଲାଙ୍କ ରୁମ୍‌ରେ ନ ରଖିବା ଭଲ

ଗଛକୁ ସବୁବେଳେ ପିଲାଙ୍କ ହାତ ପହଞ୍ଚୁଥିବା ସ୍ଥାନରେ ରଖିବା ଉଚିତ ନୁହେଁ। ଯେଉଁଠାରେ ପର୍ଯ୍ୟାପ୍ତ ପରୋକ୍ଷ ଆଲୋକ ମିଳେ, ସେଠାରେ ରଖିବା ଭଲ। ଅଧିକ ପାଣି ଦେବା ଦ୍ୱାରା ଗଛର ମୂଳ ନଷ୍ଟ ହୋଇପାରେ, ତେଣୁ ମାଟିର ଉପରିଭାଗ ଶୁଖିଲେ ଆବଶ୍ୟକତା ଅନୁସାରେ ପାଣି ଦେବା ଉଚିତ

Leave a Reply