କଟକ ବିଜେଡି କାହାଣୀ:ନିଜେ ବୁଝୁଛନ୍ତି ନବୀନ,ଚାଲିଛି ନେତା ବଛା କସରତ

କଟକ ରାଜନୀତି ନିଜେ ବୁଝୁଛନ୍ତି କି ନବୀନ!
ବିଜେପିର ରଣନୀତି କୁ ଭଣ୍ଡୁର କରିବାକୁ ନବୀନଙ୍କ ଯୋଜନା !
ନବୀନଙ୍କ ରଣନୀତି କୁ ନେଇ ଦ୍ୱନ୍ଦରେ ବିଜେଡି କର୍ମୀ ଓ ବିଜେପି ନେତା
!

ଦର୍ଶକବନ୍ଧୁ କଟକର ବିଜେଡି ରାଜନୀତି ଏବେ ଗୋଳମାଳିଆ ସ୍ଥିତିରେ ରହିଛି। ସାଂସଦ ଦେବାଶିଷ ସାମନ୍ତରାୟ ବିଜେଡି ଛାଡି ବିଜେପିରେ ସାମିଲ ହୋଇଥିବା ବେଳେ ପ୍ରଭାତ ବିଶ୍ୱାଳଙ୍କୁ ବିଜେଡି ବିଦା କରିବା ପରେ ସେ ବି ପଦ୍ମ କ୍ୟାମ୍ପରେ। କଟକ ବିଜେଡିର ଏହି ଦୁଇ ବଡ ନେତା ବିଜେପିକୁ ଡିଆଁ ମାରିଥିଲେ ବି ତୃଣମୂଳ ନେତା ଏବେ ବି ବିଜେଡିରେ ରହିଛନ୍ତି । କିନ୍ତୁ ଏହି ଦୁଇ ନିର୍ବାଚନ ମଣ୍ଡଳୀର ନେତା କିଏ ହେବ ତାକୁ ନେଇ ଚର୍ଚ୍ଚା ଚାଲିଛି। ଏସବୁ ଭିତରେ ନବୀନ ନିବାସରେ କଟକ ନେତାଙ୍କ ଘନ ଘନ ବୈଠକ ଚର୍ଚ୍ଚା ସୃଷ୍ଟି କରିଛି। ଜିଲ୍ଲା ସଭାପତିଙ୍କ ନେତୃତ୍ୱରେ କର୍ପୋରେଟର ଓ ତୃଣମୂଳ ନେତା ମାନେ ଏକାଧିକ ବାର ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଥିବା ଦେଖିବାକୁ ମିଳିଛି।ପ୍ରାୟ ୪ ରୁ ୫ ଥର ତୃଣମୂଳ ସ୍ତରର ନେତାମାନେ ନବୀନ ନିବାସ ଆସି ସାକ୍ଷାତ କରିଥିବା ଦେଖିବାକୁ ମିଳିଛି। କୁହାଯାଉଛି ବଡ ନେତା ଦଳ ଛାଡ଼ିଥିଲେ ବି ତୃଣମୂଳ ସଙ୍ଗଠନକୁ ନିଜ ସପକ୍ଷରେ ରଖିବାକୁ କସରତ ଜାରି ରଖିଛି ବିଜେଡି। ପୌର ନିର୍ବାଚନ ପୂର୍ବରୁ ବିଜେପି ଅଙ୍କ ଗଡବଡ କରିବାକୁ ଯୋଜନା କରୁଥିବା ବେଳେ ଚେକ ଦେବାକୁ ବିଜେଡି ତାର ଗୋଟିଚାଳନା ଜାରି ରଖିଛି।

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଜେପି ରଣନୀତିକୁ ଭଣ୍ଡୁର କରିବାକୁ ଯୋଜନା କରିଥିବା କୁହାଯାଉଛି। କାରଣ ବିଜେପି ଏହି ଦୁଇ ନେତାଙ୍କୁ ଦଳରେ ସାମିଲ କରିଥିଲେ ବି କର୍ପୋରେଟର ମାନଙ୍କୁ ନେବାରେ ବିଫଳ ହୋଇଛି। ନଗଦରେ ବିଜେପିରେ ସାମିଲ ହୋଇଥିବା ଏହି ଦୁଇ ପୂର୍ବତନ ବିଜେଡି ନେତା ତୃଣମୁଲ ସ୍ତରର ନେତା ମାନଙ୍କୁ ନିଜ କ୍ୟାମ୍ପ କୁ ନେବାକୁ ଯୋଜନା କରୁଥିବା ଚର୍ଚ୍ଚା ହେଉଛି। କିନ୍ତୁ ଏପର୍ଯ୍ୟନ୍ତ କଟକର ନେତୃତ୍ୱ କୁ ନେଇ କାର୍ଡ ଖୋଲି ନାହାନ୍ତି ବିଜେଡି ସୁପ୍ରିମୋ। ଅନେକ ବଡ଼ ନେତା ଥିଲେ ବି ବିଦ୍ଧିବଦ୍ଧ ଭାବେ କାହାକୁ ଦାୟିତ୍ଵ ଦେଇ ନାହାନ୍ତି ନବୀନ।ପ୍ରତାପ ଜେନା କଟକ ଚୌଦ୍ୱାର ବୁଝୁଥିବା ବେଳେ ନବୀନ କିନ୍ତୁ କଟକ ରାଜନୀତି ଉପରେ ନିଜେ ନଜର ରଖିଥିବା କୁହାଯାଉଛି। କାରଣ କାର୍ଡ ଖୋଲିଲେ ଅଙ୍କ ଗୋଳମାଳିଆ ହେବାର ଆଶଙ୍କା ଥିବାରୁ ବିଜେପି କୁ ଦ୍ୱନ୍ଦରେ ରଖିବାକୁ ନବୀନ ନୂଆ ରଣନୀତି କରୁଥିବା ଚର୍ଚ୍ଚା ହେଉଛି।

କିନ୍ତୁ ଏକଥା ଚର୍ଚ୍ଚା ହେଉଛି କି ତୃଣମୂଳ ସଙ୍ଗଠନକୁ ସୁଦୃଢ଼ ରଖିବା ସହ ଦୁଇ ନିର୍ଵାଚନ ମଣ୍ଡଳୀରେ ନେତା ବାଛିବା ବିଜେଡି ପାଇଁ ବଡ ଚ୍ୟାଲେଞ୍ଜ। ବାରବାଟୀ କଟକ ଓ ଚୌଦ୍ୱାର କଟକର ବିଜେଡି ଚେହେରା କିଏ ହେବ କାହା ନେତୃତ୍ୱରେ ବିଜେଡି ଆଗକୁ ବଢିବ ତାହା ଏବେ ବଡ ଆଲୋଚନାର ପ୍ରସଙ୍ଗ। କିଛି ପୁରୁଣା ନେତାଙ୍କୁ ବିଜେଡି ସାମ୍ନାକୁ ଆଣିବ ନା ଦ୍ୱିତୀୟ ଲାଇନ୍ ନେତାଙ୍କ ହାତରେ ନବୀନ ଦାୟିତ୍ଵ ଦେବେ ସେ ନେଇ ଚର୍ଚ୍ଚା ଚାଲିଛି। କଟକ ରାଜନୀତିକୁ ନେଇ ଏଭଳି କିଛି ଚର୍ଚ୍ଚା ଭିତରେ କଟକରୁ ନବୀନ ନିବାସ ନିୟମିତ ଏକ୍ସରସାଇଜ ବେଶ ଚର୍ଚ୍ଚା ସୃଷ୍ଟି କରିଛି। କିନ୍ତୁ ବାରମ୍ୱାର ନେତା ନବୀନଙ୍କୁ ସାକ୍ଷାତ କରିଥିଲେ ବି ଏତେଦିନ ଧରି ନବୀନଙ୍କ ନୀରବତା ଅନେକ କିଛି ଦିଗକୁ ଇସାରା କରୁଛି। ଆଗକୁ ପୌର ନିର୍ବାଚନ ଥିବାରୁ ନବୀନ ପଟନାୟକ ସଙ୍ଗଠନ କୁ ଅଧିକ ଡିଷ୍ଟର୍ବ କରିବାକୁ ଚାହୁଁନଥିବା କୁହାଯାଉଛି। ଅନ୍ୟ ପଟେ ବିଜେଡି ନେତା ବିଜେପିରେ ସାମିଲ ହେବା ପରେ ବିଜେପି କ୍ୟାମ୍ପ ଉପରେ ବି ବିଜେଡିର ନଜର ରହିଛି। ।କିନ୍ତୁ ଏବେ ବି ବିଜେଡିର ତୃଣମୂଳ ସଙ୍ଗଠନ ଉପରେ ବିଜେପି ଆଖି ରହିଥିବା ବେଳେ ବିଜେଡିର ରଣନୀତି କଣ ରହୁଛି ତାହା ଉପରେ ସମସ୍ତଙ୍କ ନଜର ରହିଛି।

Leave a Reply