ଏକାଠି ହେଲେ ମୋହନ – ମନମୋହନ ଓ ଧର୍ମେନ୍ଦ୍ର!
ଆଗକୁ ଧର୍ମେନ୍ଦ୍ରଙ୍କ ପ୍ରଭାବ ବଢିବ ନା କମିବ ?
ଧର୍ମେନ୍ଦ୍ରଙ୍କ ସ୍ଥାନରେ ଓଡ଼ିଶାରୁ କିଏ ? କେନ୍ଦ୍ର ନେତୃତ୍ଵ ଦେଲେ ସିଗ୍ନାଲ!
ଦର୍ଶକବନ୍ଧୁ ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ଶିକ୍ଷାମନ୍ତ୍ରୀ ପଦରୁ ଇସ୍ତଫ ଦେବା ପରେ ପରେ ତାଙ୍କର ପରବର୍ତ୍ତୀ ଭୂମିକାକୁ ନେଇ ଚର୍ଚ୍ଚା ଚାଲିଛି। ଆଗାମୀ ଦିନରେ ଉଭୟ ଜାତୀୟ ଓ ରାଜ୍ୟ ରାଜନୀତିରେ ଧର୍ମେନ୍ଦ୍ରଙ୍କ ଭୂମିକା କଣ ରହିବ ସେ ନେଇ ଭିନ୍ନ ଭିନ୍ନ କଥା ଶୁଣିବାକୁ ମିଳୁଛି। କେନ୍ଦ୍ରମନ୍ତ୍ରୀ ଭାବେ ଇସ୍ତଫା ଦେବା ପରେ ଧର୍ମେନ୍ଦ୍ରଙ୍କ ପତିଆରା ବଢିବ ନା କମିବ ସେ ନେଇ ଚର୍ଚ୍ଚା ହେବା ସ୍ୱାଭାବିକ।କାରଣ ବିଜେପିର ପୋଷ୍ଟରଵୟ କୁହାଯାଉଥିବା ଏହି ହାଇପ୍ରଫାଇଲ ଲିଡର ୨୦୨୪ ନିର୍ଵାଚନ ପରେ ରାଜ୍ୟ ରାଜନୀତି ଅପେକ୍ଷା ଜାତୀୟ ରାଜନୀତିରେ ଅଧିକ ସକ୍ରିୟ ଥିଲେ। ଏହା ପଛର ଭିନ୍ନ ଭିନ୍ନ କଥା କୁହାଯାଉଥିଲେ ବି ଜାତୀୟ ରାଜନୀତିରେ କିନ୍ତୁ ବେଶ ପ୍ରଭାବ ବିସ୍ତାର କରିଥିଲେ ଏହି ନେତା। ବିଭିନ୍ନ ରାଜ୍ୟର ନିର୍ବାଚନ ପରିଚାଳନାରେ ବି ପ୍ରମୁଖ ଭୂମିକାରେ ଦେଖିବାକୁ ମିଳୁଥିଲା। ଏସବୁ ଭିତରେ ଧର୍ମେନ୍ଦ୍ରଙ୍କ ଇସ୍ତଫା ପରେ ଏବେ କେଉଁ ଭୂମିକାରେ ଆସିବେ ତାକୁ ନେଇ କଳ୍ପନା ଜଳ୍ପନା ପ୍ରକାଶ ପାଇଛି।
କିଛି କିଛି ଚର୍ଚ୍ଚା ହେଉଛି କି ଜାତୀୟ ରାଜନୀତିରେ ଅଧିକ ପ୍ରଭାବଶାଳୀ ହୋଇପାରନ୍ତି ଏହି ନେତା। ଆଉ କେହି କେହି କହୁଛନ୍ତି କି ବର୍ତ୍ତମାନ ଚାପ କମ ଥିବାରୁ ରାଜ୍ୟ ରାଜନୀତିରେ ଅଧିକ ସମୟ ଦେଇପାରନ୍ତି ଧର୍ମେନ୍ଦ୍ର। ଏପରିକି ଆଗାମୀ ଦିନରେ ଓଡ଼ଶା ରାଜନୀତିରେ ଧର୍ମେନ୍ଦ୍ରଙ୍କୁ ନେଇ ନୂଆ ସମୀକରଣ ସୃଷ୍ଟି ହୋଇ ପାରେ ବୋଲି ଚର୍ଚ୍ଚା ହେଉଛି। ଓଡ଼ିଶା ଆସିବା ଦିନ ବିମାନ ବନ୍ଦରରେ ଯିଏ ବି ସେହି ଚିତ୍ର ଦେଖିଛି ଏଭଳି ଅନୁମାନ ଲଗାଇବା ସ୍ଵାଭାବିକ। ଧର୍ମେନ୍ଦ୍ରଙ୍କ ଆଗାମୀ ଆଭିମୂଖ୍ୟକୁ ନେଇ ଚର୍ଚ୍ଚା ଭିତରେ ମୋହନ – ମନମୋହନ ଓ ଧର୍ମେନ୍ଦ୍ର ଏକାଠି ବସିବା ଚର୍ଚ୍ଚା ସୃଷ୍ଟି କରିଛି।ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦିଲ୍ଲୀ ଗସ୍ତରେ ଥିବା ବେଳେ ବୁଧବାର କନ୍ଧମାଳ ସାଂସଦଙ୍କ ଘରେ ଏକାଠି ହୋଇଥିଲେ ସବୁ ସାଂସଦ। ଏହି ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ସହ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଓ ସାଂସଦ ଧର୍ମେନ୍ଦ୍ର ପ୍ରଧାନ ବି ଉପସ୍ଥିତ ଥିଲେ।
ଏହି ବୈଠକରେ କଣ କଣ ଆଲୋଚନା ହୋଇଛି ତାହାର ସ୍ପଷ୍ଟତା ନଥିଲେ ବି ସମସ୍ତ ବଡ ନେତା ଏକାଠି ହେବା ଚର୍ଚ୍ଚା ବଢ଼ାଇଛି। ପୂର୍ବରୁ ବି ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ଗସ୍ତ ସମୟରେ ଏକାଠି ହୋଇଛନ୍ତି ସମସସ୍ତ୍ ସାଂସଦ। କିନ୍ତୁ ସାମ୍ପ୍ରତିକ ରାଜନୀତିକ ସ୍ଥିତିରେ ଏହି ସବୁ ନେତା ଏକାଠି ହେବା ଭିନ୍ନ ଦିଗକୁ ଇସାରା କରୁଛି। ଏଠି ପ୍ରଶ୍ନ ଉଠୁଛି ଧର୍ମେନ୍ଦ୍ରଙ୍କ ଇସ୍ତଫା ପରେ ତାଙ୍କର ପରବର୍ତ୍ତୀ ଭୂମିକାକୁ ନେଇ ଯେଉଁ ସବୁ ଚର୍ଚ୍ଚା ହେଉଛି ସେ ନେଇ ଏହି ବୈଠକରେ କିଛି ଆଲୋଚନା ହୋଇଛି କି ? ନା କେବଳ ସବୁଥର ପରି ଏହା ଚିରାଚରିତ ବୈଠକ। ଶୁନିବାକୁ ମିଳୁଛି କି SIR , ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ହୋଇଛି ଆଲୋଚନା। କିନ୍ତୁ ସବୁ ବଡ ନେତା ଯେତେବେଳେ ଏକାଠି ହେଉଛନ୍ତି ଆଉ ବର୍ତ୍ତମାନ ଯାହା ରାଜନୀତିକ ସ୍ଥିତି କେବଳ ଯେ ଏହି ପ୍ରସଙ୍ଗରେ ଆଲୋଚନା ହୋଇଥିବ ତାହା ବିଶ୍ୱାସ ଯୋଗ୍ୟ ନୁହେଁ।
