ଜମ୍ମୁ-କଶ୍ମୀରର କୁଲଗାମରେ ଆତଙ୍କବାଦୀଙ୍କ ଗୁଳିରେ ଦୁଇ ଶ୍ରମିକ ଆହତ; ଜଣଙ୍କର ମୃତ୍ୟୁ।

ଜମ୍ମୁ-କଶ୍ମୀରରେ ଟାର୍ଗେଟେଡ୍ କିଲିଂ (ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କୁ ଟାର୍ଗେଟ୍ କରି ହତ୍ୟା)ର ଆଉ ଏକ ଘଟଣା ଘଟିଛି। ଆତଙ୍କବାଦୀମାନେ ଦୁଇଜଣ ଶ୍ରମିକଙ୍କ ଉପରକୁ ଗୁଳି ଚଳାଇଥିଲେ, ଯାହା ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ଏହି ଆକ୍ରମଣ କୁଲଗାମ ଜିଲ୍ଲାରେ ଘଟିଛି; ଜିଲ୍ଲାର କେଲାମ୍ ଅଞ୍ଚଳରେ ଶ୍ରମିକମାନଙ୍କ ଉପରକୁ ଗୁଳି ଚଳାଯାଇଥିଲା ଏବଂ ସେମାନଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା।

ଚିକିତ୍ସାଧୀନ ଅବସ୍ଥାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଚିକିତ୍ସିତ ହେଉଛନ୍ତି ଏବଂ ତାଙ୍କ ଅବସ୍ଥା ଗୁରୁତର ରହିଛି। ଆହତ ଶ୍ରମିକଙ୍କୁ ଅନନ୍ତନାଗ ମେଡିକାଲ୍ କଲେଜକୁ ସ୍ଥାନାନ୍ତର କରାଯାଇଛି। ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ସୁରକ୍ଷା ବାହିନୀ ଉକ୍ତ ଅଞ୍ଚଳକୁ ଘେରାଉ କରିବା ସହ ଆତଙ୍କବାଦୀଙ୍କୁ ଖୋଜିବା ପାଇଁ ଏକ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଛି।

Leave a Reply