କଣିହାଁ ବ୍ଲକ୍ ବାଳିପଶି ପଞ୍ଚାୟତ କଳିଆଦମା ଗାଁରେ ନିର୍ମାଣ କରାଯାଉଥିବା କଲ୍ୟାଣ ମଣ୍ଡପର ନିର୍ମାଣ କାମ ଶେଷ ନହୋଇ ଅଧାରେ ଅଟକି ରହିଛି। କଲ୍ୟାଣ ମଣ୍ଡପ ଟି ଗତ ୭ ବର୍ଷ ହେଲା ଅସମ୍ପୂର୍ଣ୍ଣ ଅବସ୍ଥାରେ ପଡ଼ି ରହିଛି। ଫଳରେ ଗରିବ ଲୋକମାନେ ବିବାହ, ବ୍ରତ ପାଇଁ ଅର୍ଥ ଖର୍ଚ୍ଚାନ୍ତ ହେବାକୁ ପଡୁଛି।
ସୂଚନା ଅନୁସାରେ କାଳୀଆଦମା ଗାଁ କଲ୍ୟାଣ ମଣ୍ଡପର ନିର୍ମାଣ କାମ ଆରମ୍ଭ ହେବାର କିଛି ମାସ ହେଲା ପରେ ଆଉ କାମ ନହୋଇ ମଣ୍ଡପର ନିର୍ମାଣ କାମକୁ ବନ୍ଦ୍ କରି ଦିଆଯାଉଛି। ବର୍ତ୍ତମାନ ଏହା ଅସମ୍ପୂର୍ଣ୍ଣ ଅବସ୍ଥାରେ ପଡି ରହିଛି। ପୂର୍ବତନ ସରପଞ୍ଚ କାର୍ଯ୍ୟକାଳ ସମୟରେ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା।
ସରପଞ୍ଚଙ୍କ କାର୍ଯ୍ୟକାଳ ଶେଷ ହେଲା, ନୂତନ ସରପଞ୍ଚ କାର୍ଯ୍ୟକାଳ ଶେଷ ହେବାକୁ ବସିଲାଣି। ହେଲେ ଅସମ୍ପୂର୍ଣ୍ଣ ଥିବା କଲ୍ୟାଣ ମଣ୍ଡପ ଆଜି ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇପାରିଲା ନାହିଁ। ଏହାର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ପାଇଁ ଗ୍ରାମବାସୀଙ୍କ ପକ୍ଷ ରୁ ସ୍ଥାନୀୟ ସରପଞ୍ଚଙ୍କ ଠାରୁ ଆରମ୍ଭ କରି ବ୍ଲକ ବିଡ଼ିଓ ଙ୍କ ନିକଟରେ ବାରମ୍ବାର ଦାବୀ କରି ଆସୁଥିଲେ ମଧ୍ୟ ପ୍ରସାଶନ ପକ୍ଷରୁ ଆଦୌ ଦୃଷ୍ଟି ଦିଆଯାଉ ନାହିଁ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି।
ଚତୁର୍ଥ ରାଜ୍ୟ ଅର୍ଥ କମିଶନର ପାଣ୍ଠି ବ୍ୟୟ ରେ ୨୦୨୯ ମସିହାରେ ଏହାର ନିର୍ମାଣ କାର୍ଯ୍ୟ ପାଇଁ ବ୍ଲକ ପ୍ରସାଶନ ପକ୍ଷରୁ ଅର୍ଥ ବ୍ୟୟ ବରାଦ ହୋଇ ଆରମ୍ଭ ହୋଇଥିଲା। କଲ୍ୟାଣ ମଣ୍ଡପ ପାଇଁ ଅର୍ଥ ମଞ୍ଜୁର ହୋଇଥିଲେ ମଧ୍ୟ କାର୍ଯ୍ୟ କାହିଁକି ହୋଇପାରୁନି ତାହା ମଧ୍ୟ ଏକ ପ୍ରଶ୍ନ ବାଚୀ।
ବର୍ଷ ପରେ ବର୍ଷ ବିତିଯାଇଥିଲେ ମଧ୍ୟ ଏହାର ନିର୍ମାଣ କାର୍ଯ୍ୟ ଶେଷ କରିବା ପାଇଁ ପ୍ରସାଶନ ତରଫରୁ ପଦକ୍ଷେପ ଅଭିଯୋଗ ହେଉଛି। ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ଅର୍ଦ୍ଧନିର୍ମିତ ପ୍ରକଳ୍ପ ଟି ସମ୍ପୂର୍ଣ୍ଣ କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି
