ଅନୁଗୋଳ ବିଜେପିରେ ତୀବ୍ର ହେଲା ବହିଷ୍କାର ଦାବି

ଅନୁଗୋଳ ଜିଲ୍ଲାରେ ବିଜେପିର ଆଭ୍ୟନ୍ତରୀଣ କନ୍ଦଳ ଏବେ ଚରମ ସୀମାରେ ପହଞ୍ଚିଛି। ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା ଓ ଦଳର କିଛି ବରିଷ୍ଠ ନେତାଙ୍କ ମଧ୍ୟରେ ଉପୁଜିଥିବା ବିବାଦ ରାଜନୈତିକ ସରଗରମ ବଢ଼ାଇ ଦେଇଛି

ବଅଁରପାଳ ବ୍ଲକ୍ ରେ ପ୍ରସାଶନ ଦୁର୍ନୀତି ଓ ପିସି କାରବାରକୁ ନେଇ ପୂର୍ବତନ ଜିଲା ଉପସଭାପତି ଅମୀୟ ତ୍ରୀପାଠୀ ଓ ସକ୍ରିୟ କର୍ମୀ ବିଷ୍ଣୁ ବେହେରା ବ୍ଲକ ଘେରାଉ କରିଥିଲେ। ଏହି ଘଟଣାରେ ବିଧାୟକଙ୍କ ସମ୍ପୁକ୍ତି ଥିବ ନେଇ ସେମାନେ ସିଧା ସଳଖ ଅଭିଯୋଗ ଆଣିଛନ୍ତି।

ଏହା ପରେ ବିଧାୟକ ଙ୍କ ସମର୍ଥକ ମାନେ ଉକ୍ତ ଦୁଇ ନେତାଙ୍କୁ ଦଳରୁ ବହିଷ୍କାର କରିବାକୁ ଦାବୀ କରିଛନ୍ତି।

ସେପଟେ ଅଗସ୍ତି ସେନା ନାମକ ଏକ ସୋସିଆଲ ମିଡ଼ିଆ ଆକାଉଣ୍ଟ ରୁ ଜିଲ୍ଲା ସଭାପତି ଯଯାତି ପଟ୍ଟନାୟକ ଙ୍କୁ ଟାର୍ଗେଟ କରାଯାଇ ଅଶାଳୀନ ମନ୍ତବ୍ୟ ଦିଆଯାଉଛି। ଘର କଳି ଏବେ ସର୍ବ ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଥିବା ରୁ ଦଳୀୟ ଶୃଙ୍ଖଳା ଓ ଭବିଷ୍ୟତକୁ ନେଇ ବୁଦ୍ଧିଜୀବୀ ମହଲ ରେ ଚିନ୍ତା ବଢ଼ିବାରେ ଲାଗିଛି। ଦଳୀୟ ନେତୃତ୍ୱ ଏହି ବିବାଦର ସମାଧାନ କିଭଳି କରୁଛନ୍ତି, ସେ ଉପରେ ସମସ୍ତ ଙ୍କ ନଜର

Leave a Reply