ବିପଦ ସଙ୍କୁଳ ଅବସ୍ଥା ରେ କେନାଲ୍ ପୋଲ

ବଅଁରପାଳ ବ୍ଲକ୍ ବୁଢ଼ାପଙ୍କ ଦେଇ ତାଳଚର ଯାଇଥିବା ରେଙ୍ଗାଳି ଦକ୍ଷିଣ ପାର୍ଶ୍ୱ କେନାଲ୍ ପୋଲ ଅବସ୍ଥା ଶୋଚନୀୟ। ହୋଇପଡ଼ିଛି।

ଦୀର୍ଘ ୨୫ବର୍ଷରୁ ଅଧିକ ହେବ ରକ୍ଷଣା ବେକ୍ଷଣ ଅଭାବରୁ ଏହି ପୋଲରେ ଯାତାୟତ କରିବା ସମ୍ଭବ ହେଉ ନଥିବାରୁ ସଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।

ବୁଢ଼ାପଙ୍କ, ମାନପୁର, କଣ୍ଟାବଣିଆ, କୁସପଙ୍ଗ, ମଙ୍ଗଳପୁର ପ୍ରଭୁତି ଗାଁ ର ଲୋକେ ଏହି ରାସ୍ତା ଉପରେ ନିର୍ଭର କରିଥାନ୍ତି। ଏହି ଅବଡା ଖାବଡ଼ା ପୋଲ ରାସ୍ତା ଦେଇ ସ୍କୁଲ୍, କଲେଜ୍ ଛାତ୍ରଛାତ୍ରୀ, ସ୍ଥାନୀୟ ଅଂଚଳର ଲୋକେ ଯାତାୟତ କରିଥାନ୍ତି।

ରାସ୍ତାକୁ ସଂଯୋଗ କରୁଥିବା ବୁଢ଼ାପଙ୍କ ଷ୍ଟେସନ ପାଖ ପୋଲଟି ଭାଙ୍ଗି ଯାଇଥିବାରୁ ଦୁର୍ଘଟଣା ଘଟୁଛି। ଶତାଧିକ ମାଲବାହୀ ଗାଡ଼ି ଚଳପ୍ରଚଳ ଯୋଗୁଁ ରାସ୍ତା ନଷ୍ଟ ହେଉଛି।

ତେଣୁ ଜରୁରୀକାଳୀନ ପରିସ୍ଥିତିରେ ଏହି ପୋଲ ଉପରେ ଯିବା ସମ୍ଭବ ହେଉନି। ବର୍ଷା ଦିନରେ ଖାଲ ଗୁଡିକରେ ପାଣି ଜମା ହୋଇ ରହୁଥିବାରୁ ଲୋକେ ଦୁର୍ଘଟଣା ର ଶିକାର ହେଉଛନ୍ତି।

କୌଣସି ମୂହୁର୍ତ୍ତରେ ପୋଲ ଟି ଭୁଶୁଡ଼ି ଯିବାର ଆଶଙ୍କା ରହୁଛି। ବିଭାଗୀୟ ଅଧିକାରୀ ଙ୍କୁ ବାରମ୍ବାର ଅଭିଯୋଗ ସ୍ଵତେ କୌଣସି ପଦକ୍ଷେପ ନିଆ ଯାଉଥିବା ପ୍ରକାଶ ପାଇଛି।p

ପ୍ରସାଶନ ପକ୍ଷରୁ ତୁରନ୍ତ ଏହି ପୋଲ ରାସ୍ତାକୁ ମରାମତି କରାଯିବାକୁ ବୁଢ଼ାପଙ୍କ ଗ୍ରାମ୍ୟ ସଭାପତି ପ୍ରସନ୍ନ କୁମାର ମହାନ୍ତି, ଶ୍ରୀବତ୍ସ ସାମଲ, ସତ୍ୟବାଦୀ ପୃଷ୍ଟି, କୁମୁଦ ସାମଲ, ନୁରି ସାମଲ ପ୍ରମୁଖ ଦାବି କରିଛନ୍ତି।

Leave a Reply