ତାଳଚେର ସହରରେ ରନ୍ଧନ ଗ୍ୟାସର ଘୋର ଅଭାବ ଦେଖା ଦେଇଛି। ଗ୍ୟାସ ଅଭାବରୁ ତାଳଚେରର ଅନେକ ହୋଟେଲ ବନ୍ଦ ହେବାକୁ ବସିଲାଣି। ଆଉ ଯେଉଁ କେତୋଟି ହୋଟେଲରେ ଖାଦ୍ୟ ମିଳୁଛି ସେହି ହୋଟେଲରେ ମିଳୁଥିବା ଖାଦ୍ୟ ଥାଳିରୁ ଅନେକ କିସମର ଖାଦ୍ୟ ଉଭାନ ହୋଇଗଲାଣି।
ସୂଚନା ମୁତାବକ ଗତ କିଛିଦିନ ହେଲା ମଧ୍ଯପ୍ରାଚ୍ୟରେ ଯୁଦ୍ଧ ହେଉଛି।ଏହି ଯୁଦ୍ଧର ପ୍ରଭାବ ଏବେ ତାଳଚେର ରେ ପଡ଼ିଛି। ବିଶେଷ କରି ହୋଟେଲ ବ୍ୟବସାୟୀ ମାନେ କ୍ଷତିରେ ପଡ଼ୁଛନ୍ତି। ଯୁଦ୍ଧ ପାଇଁ ସାରା ରାଜ୍ୟରେ ଏବେ ଗ୍ୟାସ ର ଘୋର ଅଭାବ ଦେଖା ଦେଇଛି।
ତାଳଚେର ସହରରେ ଗ୍ୟାସ ସଙ୍କଟ ଫଳରେ ହୋଟେଲ ମାଲିକ ଅନେକ କିସମର ଖାଦ୍ୟ ପ୍ରସ୍ତୁତି ବନ୍ଦ କରି ଦେଇସାରିଲେଣି। ଏଥି ସହ ସହରର ଅନେକ ହୋଟେଲ ବନ୍ଦ୍ କରି ଦେଲେଣି। ତାଳଚେର ସହର ର ଦୀର୍ଘ ଦିନ ଧରି ରନ୍ଧନ ଗ୍ୟାସ ନ ମିଳିବାରୁ ହୋଟେଲ ବ୍ୟବସାୟ ଅନେକ ମାତ୍ରା ରେ ପ୍ରଭାବିତ ହୋଇଛି।
ପୁର୍ବରୁ ସହରରେ ରହିଥିବା ହୋଟେଲ ଗୁଡିକରେ ପୌର ପରିଷଦ ପକ୍ଷରୁ କୋଇଲା ଚୁଲା ରୋଷେଇ ହେଉଥିବା ହୋଟେଲ ଗୁଡିକରେ ଚଢ଼ାଉ କରି ଚୁଲା ଭାଙ୍ଗି ଦିଆଯାଇଥିଲା। ଏଥିରେ ହୋଟେଲ ମାଲିକ ମାନେ କୋଇଲା ଚୁଲା ବଦଳ ରେ ଗ୍ୟାସ ଚୁଲାରେ ରୋଷେଇ କରି ଆସୁଥିଲେ।
କିନ୍ତୁ ଏବେ ହୋଟେଲ ଗୁଡିକରେ ଥିବା ଗ୍ୟାସ ଚୁଲା ସବୁ ଏବେ ବନ୍ଦ ହୋଇସାରିଛି। କିଛି କିଛି ହୋଟେଲ କୋଇଲା ଚୁଲାରେ ରୋଷେଇ କରିବା ଆରମ୍ଭ କରିଦେଇଛନ୍ତି। ତେବେ କୋଇଲା ଖଣିରେ କଟକଣା ଜୋରଦାର ରହିଥିବାରୁ କୋଇଲା ଆଣିବାରେ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ଫଳରେ ହୋଟେଲ ଏବେ ସବୁ ସେମିତି କିସମର ଖାଦ୍ୟ ପ୍ରସ୍ତୁତି କରୁଛନ୍ତି। ଏପରିକି ଆଉ ଦିନେ ଦୁଇ ଦିନ ଭିତରେ ହୋଟେଲ ଆଉ ହୋଟେଲ ଆଉ ଚଲେଇବା ସମ୍ଭବ ପର ନୁହେଁ ବୋଲି କହିଛନ୍ତି।
ଯଦି ହୋଟେଲ ସମ୍ପୂର୍ଣ୍ଣ ବନ୍ଦ ହୋଇଯିବ ତେବେ ସେଠାରେ କାମ କରୁଥିବା କର୍ମଚାରୀ ରୋଜଗାର ହରେଇବା ନେଇ ଆଶଙ୍କା ରହିଛି।
ଏନେଇ ତାଳଚେର ଯୋଗାଣ ବିଭାଗ ଅଧିକାରୀ ଲିପ୍ସା ରାଣୀ ରାଉତଙ୍କୁ ପଚାରିବାରୁ ସେ କହିଛନ୍ତି ତାଳଚେରରେ ଗ୍ୟାସର ଅଭାବ ହୋଇନାହିଁ।ଲୋକମାନେ ଗ୍ୟାସ ଅଭାବ ପାଇଁ ଭୟଭୀତ ହୁଅନ୍ତୁ ନାହିଁ ବୋଲି କହିଛନ୍ତି।
