ତାଳଚେର ଉପକାରାଗାରରେ ମାନବାଧିକ ଦିବସ ପାଳିତ ହୋଇଯାଇଛି। ଏୟୁସିସି ବ୍ୟାଙ୍କ ସଭାପତି ସନ୍ତୋଷ କୁମାର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମାନବାଧିକାର ସୁରକ୍ଷା ଉପରେ ଆଲୋଚନା କରିଥିଲେ।
ଉପକାରାଗାର ଅଧ୍ୟକ୍ଷ ଚିତ୍ତରଞ୍ଜନ ପାତ୍ର ଏଥିରେ ଉପସ୍ଥିତ ଥିବା ବେଳେ ପୂର୍ବରୁ ଅନୁଷ୍ଠିତ ବିଭିନ୍ନ କ୍ରୀଡା ପ୍ରତିଯୋଗିତାର କୃତି ଅନ୍ତୋବାସୀଙ୍କୁ ପୁରସ୍କୃତ କରାଯାଇଥିଲା। ସଞ୍ଜୀବ ପଟ୍ଟନାୟକ ମଞ୍ଚ ପରିଚାଳନା କରିଥିଲେ।
