ଜୁହାର ପରିବାର ପକ୍ଷରୁ ନୂଆଖାଇ ଭେଟଘାଟ

ଜୁହାର ପରିବାର ପକ୍ଷରୁ ଗତକାଲି ନୂଆଖାଇ ଭେଟଘାଟ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା, ସମ୍ମାନିତ ଅତିଥି ଭାବେ ଉତ୍ତର – କେନ୍ଦ୍ରାଞ୍ଚଳ ରେଞ୍ଜ ପୋଲିସ ଆଇଜି ସତ୍ୟବ୍ରତ ଭୋଇ ବକ୍ତା ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ଗୀତିକାର ମିତ୍ରଭାନୁ ଗୌନ୍ତିଆ, ଗାୟକ ବିଭୂତି ଭୂଷଣ ପଟ୍ଟନାୟକ,ଗାୟକ ସନ୍ତୋଷ କୁମାର ମିଶ୍ର, ଗାୟକ ଦୁଃଖୀଶ୍ୟାମ ତ୍ରିପାଠୀ , ନାଟ୍ୟକାର ବିଜୟ କୁମାର ଦାସ, ଏବଂ ଅଭିନେତା ଅଶୋକ ଦାସଙ୍କୁ ସମ୍ମାନିତ କରାଯାଇଥିଲା।

ପରେ ସମ୍ବଲପୁରୀ ନାଚଗୀତରେ ମଞ୍ଚ କମ୍ପୁଥିଲା। ପଶ୍ଚିମ ଓଡ଼ିଶାର ଲୋକମାନେ ପରସ୍ପର ମଧ୍ୟରେ ଭାବ ବିନିମୟ କରିଥଲେ। ଅନୁଗୁଳ ରେ ଏମିତି ଭେଟଘାଟକୁ ପ୍ରଶଂସା କରିଥିବା ବେଳେ ଏହା ପଶ୍ଚିମ ଓଡ଼ିଶାର ଲୋକ ସଂସ୍କୃତିକୁ ଆଗେଇ ନେବାରେ ସହାୟକ ହେବ ବୋଲି ଅତିଥି ମାନେ କହିଥିଲେ।

ଏହି କାର୍ଯ୍ୟକ୍ରମକୁ ଅବାହକ ତଥା ସଂଯୋଜକ ଡ. ଅକ୍ଷୟ କୁମାର ପଣ୍ଡା, ସଭାପତି ଡ଼.ଦ୍ରୌପଦୀ ପଟେଲ, ଉପସଭାପତି ଡ଼. ନିଲାଞ୍ଚଳ ପଟେଲ,ସମ୍ପାଦକ ଡ. ମୋହନ ସୁନ୍ଦର ମେହେର, କାର୍ଯ୍ୟକାରୀ ସମ୍ପାଦକ ରବି ରଞ୍ଜନ ପୁରୋହିତ ପ୍ରମୁଖ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମରେ ପଶ୍ଚିମ ଓଡିଶାରୁ ବହୁ ଲୋକ ଯୋଗ ଦେଇଥିଲେ।

Leave a Reply