ବାଇକ୍ ସହିତ ପିକ୍ ଅପ୍ ଧକ୍କା,ଦୁଇ ଗୁରୁତର

ଆଠମଲ୍ଲିକ ନୀଳକଣ୍ଠପଡ଼ା ନିକଟରେ ଗତକାଲି ପିକଅପ ଧକ୍କାରେ ଦୁଇ ବାଇକ୍ ଆରୋହୀ ଗୁରୁତର ହୋଇଛନ୍ତି। ସେମାନଙ୍କୁ ପ୍ରଥମେ ଆଠମଲ୍ଲିକ ପରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା।

ତେବେ ଉଭୟଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ କଟକ ସ୍ଥାନାନ୍ତର କରାଯାଇଛି।

ସୂଚନା ମୁତାବକ ଆଠମଲ୍ଲିକ ତେଣ୍ଟେଇପାଲିର ସୁଜ୍ଞାନୀ ସେଠୀ ଓ କଟକ ଆଠଗଡ଼ ଅଞ୍ଚଳ ର ଜଟିଆ ଦାସ ଶନିବାର ଏକ ବାଇକରେ ଆଠମଲ୍ଲିକ ଆଡ଼କୁ ଯାଉଥିଲା। ତେବେ ନୀଳକଣ୍ଠପଡ଼ା ନିକଟରେ ଥିବା ବୁଲାଣିରେ ଏକ ପିକଅପ୍ ଗାଡ଼ି ତାଙ୍କୁ ସମ୍ମୁଖରୁ ଧକ୍କା ଦେଇଥିଲା।

Leave a Reply