ସ୍ମୃତି ମଣ୍ଡନା-ପାଲାଶ ମୁଛଲଙ୍କ ବିବାହ ସ୍ଥଗିତ

ବଲିଉଡ ଗାୟିକା ପଲକ ମୁଛଲଙ୍କ ଭାଇ ତଥା ନିର୍ଦ୍ଦେଶକ ପଲାଶ ମୁଛଲଙ୍କ ବିବାହକୁ ନେଇ କିଛି ସମୟ ଧରି ଚର୍ଚାରେ ଥିଲେ। ସେ ଷ୍ଟାଡିୟମରେ ତାଙ୍କର ବହୁଦିନର  ପ୍ରେମିକା ସ୍ମୃତି ମନ୍ଧାନାଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ ଏବଂ ସେମାନଙ୍କ ବିବାହ କାର୍ଯ୍ୟକ୍ରମ ମଧ୍ୟ ସାଙ୍ଗଲିରେ ଆରମ୍ଭ ହୋଇଥିଲା।

ହଳଦୀ, ମେହେନ୍ଦି ଏବଂ ସଙ୍ଗୀତ ରୀତିନୀତି ପରେ ନଭେମ୍ବର ୨୩ ତାରିଖରେ ବିବାହ କରିବାର ଥିଲା। ବର୍ତ୍ତମାନ ବିବାହ ତାରିଖକୁ ଘୁଞ୍ଚାଇ ଦିଆଯାଇଛି। ଏହି ଦମ୍ପତି ଗତ ଛଅ ବର୍ଷ ଧରି ପରସ୍ପରକୁ ଡେଟ୍ କରୁଥିଲେ।

ଉଭୟ ବିବାହ କରିବାକୁ ଯାଉଥିଲେ।କିନ୍ତୁ ସ୍ମୃତି ମନ୍ଧାନାଙ୍କ ବାପା ହଠାତ୍ ଅସୁସ୍ଥ ହୋଇଯିବା ପରେ ବିବାହକୁ ସ୍ଥଗିତ ରଖାଯାଇଥିଲା। ଏବେ ପଲାଶ ମଧ୍ୟ ଅସୁସ୍ଥ ହୋଇପଡ଼ିଛନ୍ତି। ବର୍ତମାନ ତାଙ୍କ ବିବାହ ସ୍ଥଗିତ ରହିଛି।

Leave a Reply