ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ଗୁରୁବାର NTPC/TTPS ପ୍ଲାଣ୍ଟ ପରିଦର୍ଶନ କରି କର୍ତ୍ତୁପକ୍ଷଙ୍କ ସହ ପ୍ରକଳ୍ପ ପ୍ରଭାବିତ ଅଂଚଳର ସମସ୍ୟା ଉପରେ ଆଲୋଚନା କରିଛନ୍ତି
ଜଗନ୍ନାଥ ପୁର, ବନ୍ତୋଲ, ସନ୍ଥପଡ଼ା, ଓ ଗୁରୁଜଙ୍ଗୁଲି ପଞ୍ଚାୟତର ବାସିନ୍ଦା ଙ୍କ ସ୍ୱାର୍ଥ ପାଇଁ ସେ ୪ଦଫା ଦାବି ଉପସ୍ଥାପନ କରିଛନ୍ତି। ମୁଖ୍ୟ ଦାବି ଗୁଡିକ ଯଥା ଜମିହରା ପରିବାରଙ୍କୁ ଚାକିରି ଓ ସ୍ଥାନୀୟ ଯୁବକଙ୍କୁ ସ୍କିଲ୍ ଟ୍ରେନିଂ ଦେଇ ସମସ୍ତ ନିଯୁକ୍ତିରେ ସ୍ଥାନୀୟ ଲୋକଙ୍କୁ ବାଧ୍ୟତାମୂଳକ ପ୍ରାଧାନ୍ୟ, ପ୍ରକଳ୍ପ ନିକଟ ଅଂଚଳରେ ଉନ୍ନୟନ କାର୍ଯ୍ୟ ତ୍ଵରାନିତ ପାଇଁ ସିଏଆର ପାଣ୍ଠିର ସଠିକ୍ ବିନିଯୋଗ,TTPS ହସ୍ପିଟାଲ ଓ CRS ରୁ ଗୁରୁତର ରୋଗୀଙ୍କ ପାଇଁ ଆମ୍ବୁଲାନ୍ସ ବ୍ୟବସ୍ଥା, ପାଇପ୍ ଲାଇନ୍ ପ୍ରଭାବିତ ଅଞ୍ଚଳରେ ନିଯୁକ୍ତି ପ୍ରକ୍ରିୟାରେ ଜିଲ୍ଳା ପରିଷଦ, ସରପଞ୍ଚ, ସମିତି ସଭ୍ୟ ଓ ଗ୍ରାମ ସଭାପତିଙ୍କ ଉପସ୍ଥିତି। ସ୍ଥାନୀୟ ହିତ ପାଇଁ ଦାବି ଗୁଡିକ ତୁରନ୍ତ କାର୍ଯ୍ୟକାରୀ କରିବାକୁ ବିଧାୟକ ଅନୁରୋଧ
