ପୌର ପାଳିକାକୁ ଷଣ୍ଢ ଅଡ଼ୁଆ: ସ୍ଥାନାନ୍ତର ପାଇଁ ନାହିଁ ବ୍ୟବସ୍ଥା

ଅନୁଗୋଳ ସହରରେ ଲଗାମ ଛଡ଼ା ଷଣ୍ଢ। ସହର ସାରା କରୁଛନ୍ତି ଉତ୍ପଟ୍ଟ। ଭିଡ଼ ଭିତରେ ଷଣ୍ଢ ଲଢେଇ ବେଳେ ଲୋକ ମାନେ ଭୟ ଭୀତ ହୋଇ ପଡ଼ୁଛନ୍ତି। ତେବେ ମାରଣ ଷଣ୍ଢ ଗୁଡିକୁ ସହରରୁ ସ୍ଥାନାନ୍ତର ପାଇଁ ଜିଲ୍ଲାପାଳ ପୌରପାଳିକାକୁ ନିର୍ଦ୍ଦେଶ ଦେଇଥିଲେ। ଆଜି ଭୋର୍ରୁ ଷଣ୍ଢ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଥିଲା।

ହେଲେ ଅବ୍ୟକ ସାଧନା ନଥିବାରୁ ପୌର ପାଳିକାକୁ କର୍ତୁପକ୍ଷ ଏବେ ଚିନ୍ତାରେ ପଡ଼ିଛନ୍ତି।

ସୂଚନା ମୁତାବକ ଅନୁଗୋଳ ପୌରପାଳିକାର ୨୩ଟି ଯାକ ୱାର୍ଡ ବୁଲା ଗୋରୁ ଗାଈଙ୍କ ଆଡ୍ଡାସ୍ଥଳୀ ପାଲଟିଛି।ସହରରେ ପ୍ରାୟ ୮୦ରୁ ଅଧିକ ଷଣ୍ଢ ରହିଥିବା କୁହାଯାଇଛି। ସେଥି ମଧ୍ୟରୁ କେତେକ ଷଣ୍ଢ ମାରନା ଓ ବିଭିନ୍ନ ସମୟରେ ଉତ୍ପାତ କରୁଛନ୍ତି। ଲଢେ଼ଇ ବେଳେ ଦୋକାନ ବଜାରରେ ଏକ ପ୍ରକାର ତାଲା ପଡ଼ିଯାଇଛି। ଏହି ସମସ୍ୟାର ସମାଧାନ ପାଇଁ ଉଦ୍ୟମ ଆରମ୍ଭ ହୋଇଛି।ମାରାନା ଷଣ୍ଢକୁ ସହରରୁ ସ୍ଥାନାନ୍ତର ପାଇଁ ଆଜିଠାରୁ ଉଦ୍ୟମ କରାଯାଇଛି।

ଗତକାଲି ରାତି ୪ଟାରୁ ମାରନା ଷଣ୍ଢ ମାନଙ୍କୁ ଖୋଜା ଚାଲିଥିଲା। ଏଥିରେ ପୌର ପାଳିକାର କର୍ମଚାରୀ, ପୁଲିସ୍, ବନ ବିଭାଗ ଓ ପ୍ରାଣୀ ସମ୍ପଦ ବିଭାଗ ର କର୍ମଚାରୀମାନେ ସାମିଲ ହୋଇଥିଲେ

କେଉଁ ଷଣ୍ଢ ମାରଣା କିଏ ନୁହେଁ ତାକୁ ଚିହ୍ନଟ କରିବା ସେମାନଙ୍କ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଥିଲା। ତେବେ ମରଣା ଷଣ୍ଢଙ୍କୁ ଆୟତ୍ତ କରି ସ୍ଥାନାନ୍ତର କରିବା ଏତେ ସହଜ ନଥିଲା। ବନ ବିଭାଗ ପକ୍ଷରୁ ଗତ କାଲି ୨ଟି ଷଣ୍ଢକୁ ଟ୍ରାଙ୍କୁଲାଇଜ କରିବା ପରେ ସେମାନଙ୍କୁ ସ୍ଥାନାନ୍ତର କରାଯାଇଥିଲା।ତେବେ ଷଣ୍ଢକୁ ନେଇ ରଖିବା ପାଇଁ ସେମାନେ ଏକ ଗୋଶାଳାକୁ ଯାଇଥିବା ବେଳେ ସେଠାରେ ମାଗଣା ଷଣ୍ଢକୁ ରଖିବାକୁ ମନା କରାଯାଇଥିଲା। ଫଳରେ ଷଣ୍ଢକୁ ନେଇ ସେମାନେ ସହର ବାହାରେ ଏକ ସ୍ଥାନରେ ଛାଡିଥିବା ଜଣା ପଡିଛି। ଅନ୍ୟ ପକ୍ଷରେ ଷଣ୍ଢ ସ୍ଥାନାନ୍ତର ପାଇଁ ଏବେ ପୌର ପାଳିକାର ଚିନ୍ତା ବଢ଼ିଛି। ପୌର ପ୍ରଶାସନ ପାଖରେ ଷଣ୍ଢ ଧରିବା ପାଇଁ କିଛି ସାଧନ ନାହିଁ। ତାଲିମ୍ ପ୍ରାପ୍ତ କର୍ମଚାରୀ ମଧ୍ଯ ନାହାନ୍ତି। ସେହିପରି ସ୍ଥାନାନ୍ତର ଷଣ୍ଢକୁ କେଉଁଠି ରଖା ଯିବ ସେ ନେଇ କୌଣସି ସୁବିଧା ନାହିଁ।

ଏଭଳି ପରିସ୍ଥିତିରେ ପୌର କର୍ତ୍ତୁପକ୍ଷ ଅଡ଼ୁଆରେ ପଡ଼ିଥିବା ଜଣା ପଡିଛି। ସେପଟେ ଗ୍ରାମାଞ୍ଚଳରେ ଫସଲ ନଷ୍ଟ କରୁଥିବା ଷଣ୍ଢ ଗୁଡ଼ିକୁ ଲୋକମାନେ ରାତାରାତି ସହର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଛାଡି ଦେଇଥିବା ପୌର ନିର୍ବାହୀ ଅଧିକାରୀ ସତ୍ୟ ପ୍ରକାଶ ତ୍ରିପାଠୀ କହିଛନ୍ତି। ଅଥି ପାଇଁ ସହରରେ ଷଣ୍ଢ ସଂଖ୍ୟା ବୃଦ୍ଧି ପାଇ ସମସ୍ୟା ସୃଷ୍ଟି ହେଉଛି।

Leave a Reply