ପ୍ରଦୂଷଣ ପାଇଁ ତାଳଚେର ସହର ସାରା ଦେଶରେ ଖ୍ୟାତି ଅର୍ଜନ କରିଛି। ଖଣି ଖାଦାନ ଓ ଯାନ ବାହନ ପାଇଁ ହେଉଥିବା ପ୍ରଦୂଷଣରୁ ମୁକ୍ତି ପାଇଁ ସଂଘର୍ଷ କରୁଥିବା ବେଳେ ଦାଉ ସାଜିଛନ୍ତି ସଫେଇ କର୍ମଚାରୀ ମାନେ।ଯାହାକୁ ନେଇ ନ୍ୟାସନାଲ ଗ୍ରୀନ ଟ୍ୟୁବନାଲ ତାଳଚେର ପୌରପାଳିକାକୁ ନୋଟିସ୍ କରିଛନ୍ତି।
ସୂଚନା ମୁତାବକ ଗତ କିଛି ଦିନ ତଳେ ତାଳଚେର ସହରର ବାୟୁ ପ୍ରଦୂଷଣ ୩୮୦ ଛୁଇଁଥିଲା।ଯାହାକୁ ନେଇ ଅନୁଗୋଳ ଜିଲ୍ଲାପାଳ ତାଳଚେର ସହରରେ ଗ୍ରାପ୍ -୨ ନିୟମ ଲାଗୁ କରିଥିଲେ। ଏହି ନିୟମ ଅନୁଯାଇ ସହରର ଅନେକ କଟକଣା ଲାଗୁ ହୋଇଥିଲା । କିନ୍ତୁ ଏହି ନିୟମକୁ ଖୁଲମ୍ ଖୁଲା ଉଲ୍ଲଂଘନ କରାଯାଉଛି।
ତାଳଚେର ପୌରପାଳିକାର ସଫେଇ କର୍ମଚାରୀମାନେ ମନ ଇଚ୍ଛା ରାସ୍ତା ଘାଟରେ ଅଳିଆ ସଫା କରି ତାକୁ ନିଆଁ ଲଗାଇ ଦେବାର ଅଭିଯୋଗ ଆଗରୁ ମଧ୍ୟ ହୋଇଥିଲା। ସୂଚନା ଅଧିକାରୀ କର୍ମୀ ଦେବ ପ୍ରସାଦ ସାହୂ ରାଜ୍ୟ ମାନବ ଅଧିକାର କମିଶନରେ ଏହି ଅଭିଯୋଗ କରିଥିଲେ। ଯାହାକୁ ନେଇ ଅନୁଗୁଳ ଜିଲ୍ଲପାଳ ଓ ତାଳଚେର ପୌରପାଳିକା ଅଧ୍ୟକ୍ଷଙ୍କୁ ନୋଟିସ୍ ମଧ୍ୟ ଦିଆଯାଇଥିଲା। କିନ୍ତୁ ଉଭୟଙ୍କ ତରଫରୁ କୌଣସି ରିପୋର୍ଟ ଦାଖଲ ହୋଇ ନଥିଲା। କିନ୍ତୁ ଉଭୟଙ୍କ ତରଫରୁ କୌଣସି ରିପୋର୍ଟ ଦାଖଲ ହୋଇନଥିଲା ସବୁ କଟକଣା ସ୍ଵେତେ ରାସ୍ତାଘାଟରେ ଅଳିଆକୁ ନିଆଁ ଲଗାଇବା ଜାରୀ ରହିଥିଲା।
ପ୍ରଶାସନର ନୀରବତାକୁ ଦେଖି ଶ୍ରୀ ସାହୁ ନ୍ୟାସନାଲ୍ ଗ୍ରୀନ ଟ୍ୟୁବନାଲର ଦ୍ବାରସ୍ଥ ହୋଇଥିଲେ। ଏହି ମାମଲାର ଶୁଣାଣି କରି ଟ୍ୟୁବନାଲ୍ ଖଣ୍ଡପୀଠ ସମସ୍ତ ପକ୍ଷ କୁ ନୋଟିସ୍ କରି ୪ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ନୋଟିସ ଦେଇଛନ୍ତି। ରାସ୍ତାଘାଟରେ ଅଳିଆ ପୋଡିବା ଦ୍ୱାରା ବାୟୁ ପ୍ରଦୂଷଣ ହେବା ସହିତ ଲୋକଙ୍କ ସ୍ବାସ୍ଥ୍ୟ ମଧ୍ୟ ଖରାପ ହେଉଛି। କୌଣସି ଜଣ ସଧାରଣ ଯଦି ଭୁଲ କରେ ତା ପାଇଁ ନିୟମ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହୁଏ। କିନ୍ତୁ ଏଥି ଖୋଦ୍ ସରକାରୀ ସଂସ୍ଥାର କର୍ମଚାରୀ ଜାଣିଶୁଣି ବାୟୁ ପ୍ରଦୂଷଣରେ ଲିପ୍ତ ରହୁଛନ୍ତି। ଏମାନଙ୍କୁ ପଚାରିବାରୁ କହିଛନ୍ତି ଯେ ଉପରିସ୍ଥ ଅଧିକାରୀଙ୍କ ଯାହା ନିର୍ଦ୍ଦେଶ ତାକୁ ସେମାନେ ପାଳନ କରୁଛନ୍ତି।ଏହା ଯଦି ସତ ଉପରିସ୍ଥ କର୍ମଚାରୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବି ହେଉଛି।
