କିଛି ଦିନର ବ୍ୟବଧାନରେ ପୁଣି ଅଶାନ୍ତ ହୋଇଛି ଅନୁଗୁଳ ସହର।ସାମାନ୍ୟ କଥାକୁ ନେଇ ଗଠିଛି ଗୁଳି।ବୁଧବାର ରାତିରେ ଶିକ୍ଷକ ପଡ଼ା ଇକୋ ପାର୍କ ନିକଟରେ ଗୁଳି ମାଡ଼ରେ ଶିକ୍ଷକପଡ଼ାର ଶଙ୍କର ପ୍ରଶ୍ନ ଗୁରୁତର ହୋଇଛନ୍ତି। ଅନ୍ୟ ଜଣେ ଯୁବକଙ୍କୁ ମଧ୍ୟ ଆଘାତ ହୋଇଛି। ସାମାନ୍ୟ ବଚସା ରୁ ଏହି ଗୁଳିକାଣ୍ଡ ହୋଇଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ଏହି ମାମଲାରେ ପୁଲିସ ତିନି ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ଇକୋ ପାର୍କ ପାଖରେ ଛିଡା ହୋଇଥିବା ଏକ ବସ୍କୁ ନେଇ ଆରମ୍ଭ ହୋଇଥିଲା ଗୋଣ୍ଡଗୋଳ। ତୀର୍ଥ ଯାତ୍ରୀ ବସ୍ (odi-11ad- 1888) ରାତି ପ୍ରାୟ ୧୦ ଟା ବେଳକୁ ଛିଡ଼ା ହେଇଥିବା ବେଳେ ରାଜକିଶୋରପଡା ଅଞ୍ଚଳର କିଛି ଯୁବକ ସେଠାରେ ପହଞ୍ଚି ଡ଼୍ରାଇଭର ଓ ହେଲ୍ପର୍ କୁ ଗାଳି ଗୁଲଜ୍ କରିଥିଲେ। କଣ ପାଇଁ ଏଠାରେ ଗାଡି ଛିଡ଼ା କରିଛ ବୋଲି ପ୍ରଶ୍ନ କରିବା ସହ ଚାନ୍ଦା ମାଗିବା ଅଭିଯୋଗ ମଧ୍ୟ ହୋଇଛି।ଏହି ସମୟରେ ସେହି ବସ୍ ରେ ଆସିଥିବା ଶିକ୍ଷକପଡ଼ାର ବିଶ୍ୱଜିତ୍ ମିତ୍ର ଓ ତାଙ୍କ ସାଙ୍ଗ ଭବାନୀ ଶଙ୍କର ମିଶ୍ର ସେଠାରେ ପହଞ୍ଚି କଣ ହୋଇଛି ବୋଲି ପଚାରିଥିଲେ।ଆସିଥିବା ଯୁବକ ମାନେ ସେମାନଙ୍କୁ ମଧ୍ୟ ଗଲି ଗୁଲଜ କରୁଥିଲେ।
ଏହାକୁ ନେଇ ଯୁକ୍ତି ତର୍କ ବଢିଥିଲା।ପରେ ଯୁବକମାନେ ପଳାଇଯାଇଥିଲେ।କିଛି ସମୟପରେ ତିନି ଜଣ ଯୁବକ ଏକ ବୁଲେଟରେ ଆସି ଗୁଳିମାଡ଼ କରିଥିଲେ। ଏହି ଗୁଳି ସିଧା ଭବାନିଙ୍କ ପେଟରେ ବାଜିଥିଲା।ସେହିଭଳି ଖଣ୍ଡା , ଲୁହା ଚାପଡ ରେ ମଧ୍ୟ ଅନ୍ୟ ମାନଙ୍କୁ ଆକ୍ରମଣ କରିବାରୁ ଉଦ୍ୟମ କରିଥିଲେ। ଏଥିରେ ବିଶ୍ୱଜିତ ଙ୍କୁ ଗୁରୁତର ଆଘାତ ଲାଗିଥିଲା। ପରେ ଦୃର୍ବୁତ୍ତମାନେ ଧମକ ଚମକ ଦେଇ ସେଠାରୁ ପଳାଇ ଯାଇଥିଲେ।ପରେ ଉଭୟଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା।ହେଲେ ଅବସ୍ଥା ଉଦବେଗଜନକ ଥିବାରୁ ଭବାନୀଙ୍କୁ କଟକ ବଡ଼ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।
ଉଭୟଙ୍କ ଚିକିତ୍ସା ଚାଲିଥିବା ବେଳେ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି। ଏନେଇ ବିଶ୍ୱଜିତଙ୍କ ଭାଇ ରଞ୍ଜିତ ଅନୁଗୁଳ ଥାନାରେ ଏତଲା ଦେବା ପରେ ପୁଲିସ୍ ୧୧୮୨/୨୫ରେ ଏକ ମାମଲା ରୁଜୁ କରି ଘଟଣାର ଛାନ୍ ଭିନ କରୁଛି। ରାଜକିଶୋରପଡ଼ାର ଲିପୁ ମଲ୍ଲିକ ଓ ତାଙ୍କର ଦୁଇଜଣ ସାଙ୍ଗ ଏହି ଗୁଳି ମାଡ଼ କରିଥିବା ରଞ୍ଜିତ ଅଭିଯୋଗ କରିଛନ୍ତି। ପୁଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ କରିଛି। କେଉଁ ପରିସ୍ଥିତିରେ ଓ କେମିତି ଗୁଳିକାଣ୍ଡ ହେଲା ତାର ତଦନ୍ତ ଚାଲିଛି। ଏହି ମାମଲାରେ ପୁଲିସ ତିନି ଜଣଙ୍କୁ ଅଟକ ରଖି ପଚରାଉଚରା କରିଛି। ଏଥିରେ ଜଣେ ଅଭିଯୁକ୍ତ ଥିବା ଜଣାପଡିଛି। ମାମଲାର ସମସ୍ତ ଦିଗକୁ ଧ୍ୟାନରେ ରଖି ପୁଲିସର ତଦନ୍ତ ଚାଲିଥିବା ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି।
