ବାପର ଟାଙ୍ଗିଆ ଚୋଟରେ ପୁଅ ମୃତ, ଛଅ ଦିନପରେ ମୃତ ଦେହ ଉଦ୍ଧାର

ବାପର ଟାଙ୍ଗିଆ ଚୋଟରେ ପୁଅ ମୃତ, ଛଅ ଦିନପରେ ମୃତ ଦେହ ଉଦ୍ଧା  କଲା ରେଙ୍ଗାଳି ପୋଲିସ । ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ ହେଇଥିବା ସୂଚନା l ମୃତକ ଜଣକ ହେଲେ ଅର୍କିଳ ଗ୍ରାମର ସଂଜୀବ ବେହେରା। ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଣିହାଁ ବ୍ଲକ ରେଙ୍ଗାଳି ଥାନା ଅନ୍ତର୍ଗତ ଅର୍କିଳ ଗ୍ରାମରେ। ସୂଚନା ମୁତାବକ ମୃତକଙ୍କ ସହିତ ତାଙ୍କ ବାପା ଓ ମାଙ୍କର ଅନ୍ୟ ଜାତିରେ ଦ୍ୱିତୀୟ ବିବାହ କରିବାରୁ ଗତ ୩ ବର୍ଷ ହେବ ପରିବାର ମଧ୍ୟରେ ଝଗଡା ଲାଗି ରହିଥିଲା। ଗତ ୮ ତାରିଖରେ ମୃତ ସଞ୍ଜୀବ ଓ ତାଙ୍କ ବାପା ମାଆ ମଧ୍ୟରେ ଝଗଡ଼ା ହୋଇଥିଲା।ସେଥିରେ ରାଗିଯାଇ ସଂଜୀବ ତାଙ୍କ ମାଙ୍କୁ ଟାଙ୍ଗିଆରେ ଆକ୍ରମଣ କରିଥିଲା l ସେଥିରେ ବାପା ମୁରଲୀଧର ବେହେରା ପୁଅ ଠାରୁ ଜୋର ଜବରଦସ୍ତ ଟାଙ୍ଗିଆ ଛଡାଇଥିଲେ ଓ ସେହି ଟାଙ୍ଗିଆରେ ପୁଅକୁ ହାଣିବା ସହିତ ଫସା ମାରିଥିଲେ ।ଯାହା ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ ହେଇଥିଲା l ଘଟଣାକୁ ଲୁଚାଇବାକୁ ଯାଇ ବାପା ମାଆ ଦୁହେଁ ମିଶି ମୃତ ଦେହକୁ ଜଙ୍ଗଲରେ ପୋତି ଦେଇଥିଲେ l ତେବେ ଘଟଣାର ଛଅ ଦିନ ଦ୍ୱିତୀୟ ପତ୍ନୀ ରାଧାରାଣୀ ବେହେରାଙ୍କ ଅଭିଯୋଗ ପରେ ଖବର ପାଇଁ ରେଙ୍ଗାଳି ପୋଲିସ ମୃତଦେହକୁ ଠାବ କରିବା ସହ ବାପା ଓ ମାଆକୁ ଗିରଫ କରିଥିଲା। ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ସହ  ବାପା ମାଆଙ୍କୁ ଘଟଣାସ୍ଥଳକୁ ନେଇ ସିନ ରିକ୍ରିଏସନ କରିବା ସହ ମୃତଦେହକୁ ଖୋଳି ଉଦ୍ଧାର କରିଥିଲେ। ଶହ ବ୍ୟବଚ୍ଛେଦ ପାଇଁ ପବିତ୍ର ମୋହନ ପ୍ରଧାନ ମେଡିକାଲ କଲେଜକୁ ନିଆଯାଇଥିବା ଜଣାପଡ଼ିଛି।

Leave a Reply