ଅନୁଗୁଳ ଇକୋ ପାର୍କ ଗୁଳିକାଣ୍ଡ, ମୁଖ୍ୟ ଅଭିଯୁକ୍ତ ସହ ଚାରି ଗିରଫ

ଇକୋ ପାର୍କ ଗୁଳି କାଣ୍ଡ ଘଟଣାରେ ଚାରି ଜଣଙ୍କୁ ଗିରଫ କରିଛି ପୋଲିସ। ଏହି ଘଟଣାରେ ଆଉ କିଛି ଅଭିଯୁକ୍ତ ଥିବାବେଳେ ସେମାନଙ୍କୁ ଖୋଜୁଛି ପୋଲିସ। ଗାଡ଼ି ଧୁଆକୁ ନେଇ ଆରମ୍ଭ ହୋଇଥିବା ଏହି ଗୁଳିକାଣ୍ଡ ପୋଲିସ କହିଛି।

ଅନୁଗୁଳ ଥାନା ପରିସରରେ ଏସଡିପିଓ ରମାକାନ୍ତ ମହାଳିକ ଆଜି ଏକ ସାମ୍ୱାଦିକ ସମ୍ମିଳନୀରେ କହିଛନ୍ତି। ଗତ ୧୦ତାରିଖ ରାତିରେ ହୋଇଥିବା ଗୁଳିକାଣ୍ଡ ଘଟଣାରେ ଅଭିଯୁକ୍ତ ସହ ଚାରି ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ରାଜକିଶୋରପଡ଼ାର ହାପି ମଲ୍ଲିକ, ଲିପୁ ମଲ୍ଲିକ, ସୌଭାଗ୍ୟ ନଗରର ଦିଲୀପ ମଲ୍ଲିକ ଓ ଭୁବନେଶ୍ବର ଖାରବେଳ ନଗର ଅଂଚଳର ଶୁଭମ୍ ରାଉତ । ସେମାନଙ୍କ ପାଖରୁ ଗୋଟାଏ ମଟର ସାଇକେଲ (ଓଡ଼ି -୧୯ – ଡ଼ବ୍ଲୁ -୭୩୦୮), ଜୀବନ୍ତ ଗୁଳି, ଖୋକା ଓ ଚାରୋଟି ମୋବାଇଲ ଫୋନ ଜବତ ହୋଇଛି। ଗିରଫ ଅଭିଯୁକ୍ତଙ୍କ ନାମରେ ପୁର୍ବରୁ ବିଭିନ୍ନ ଥାନାରେ ମାମଲା ରହିଛି।ଏହି ମାମଲାରେ ଆହୁରି ଏକାଧିକ ବ୍ୟକ୍ତିଙ୍କ ସମ୍ପୃକ୍ତ ଥିବାର ପ୍ରମାଣ ମିଳିଛି। ପୋଲିସ ସେମାନଙ୍କୁ ଧରିବା ପାଇଁ ଜାଲ ବିଛାଇଛି ବୋଲି ପୋଲିସ କହିଛି।

ପୋଲିସ ସୁଚନା ଅନୁସାରେ ୧୦ ତାରିଖ ରାତି ୧୦ଟା ୪୫ ମିନିଟ୍ ସମୟରେ ଏହି ଗୁଳିକାଣ୍ଡ ହୋଇଥିଲା। ଇକୋ ପାର୍କ ନିକଟରେ ଥିବା ଏକ ଟ୍ରାଭେଲ୍ ଗାଡିକୁ ନେଇ ରାସ୍ତାରେ ଯାଉଥିବା ରାଜକିଶୋରପଡ଼ାର ହାପି ମଲ୍ଲିକ, ଦିଲ୍ଲୀପ ମଲ୍ଲିକ ଓ ଅନ୍ୟ ଜଣେ ସହଯୋଗୀ ବସ୍ ହେଲ୍ପର କୁ ଗାଳି କରିଥିଲେ । ଏଥିରେ ଶିକ୍ଷକପଡ଼ାର ବିଶ୍ୱଜିତ୍ ମିତ୍ର ଓ ଭବାନୀ ଶଙ୍କର ହସ୍ତକ୍ଷେପ କରି ଗାଡ଼ି ହେଲପରଙ୍କ ପକ୍ଷ ନେଇଥିଲେ।ପରେ ହାପି ତାଙ୍କ ଭାଇଙ୍କୁ ଫୋନ କରି ଏ ବିଷୟ ଜଣାଇଥିଲେ।ପରେ ଲିପୁ ତାଙ୍କ କିଛି ସହଯୋଗଙ୍କୁ ଧରି ଘଟଣା ସ୍ଥଳରେ ପହଞ୍ଚିଥିଲେ।

ପରେ ସେମାନଙ୍କ ବିଶ୍ୱଜିତ୍ ଓ ଭବାନୀଙ୍କୁ ଲୁହା ରଡ଼ରେ ପିଟିବା ସହ ଗାଡ଼ି ଭଙ୍ଗା ରୁଜା କରିଥିଲେ। ଭବାନୀ ବିରୋଧ କରିବାରୁ ତାଙ୍କ ଉପରକୁ ଗୁଳି ଚଳାଇ ଫେରାର ହେଇ ଯାଇଥିଲେ। ସେମାନେ ଭୁବନେଶ୍ୱର, କଟକ, ଢେଙ୍କାନାଳ ଆଦି ସ୍ଥାନରେ ଲୁଚି ଥିଲେ। ଏପଟେ ପୁଲିସ ଏନେଇ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ପାଇଁ ପୋଲିସ ୪ଟି ଟିମ୍ ଗଠନ କରିଥିଲା ବେଳେ ଗୁଇନ୍ଦା ଓ ଡିଜିଟାଲ କରାଯାଇ ଟ୍ରାକିଂ କରି ୪ଜଣଙ୍କୁ ଧରିଛି। ଥାନା ଅଧିକାରୀ ଧିରେଶ ଦାସ୍ , ଇନ୍ସପେକ୍ଟର ଗୋବିନ୍ଦ ଚନ୍ଦ୍ର ସାହୁ, ଇନ୍ସପେକ୍ଟର ଅୟସ କୁମାର ଜେନାଙ୍କ ନେତୃତ୍ୱରେ ଗଠନ କରାଯାଇଥିବା ଟିମ୍ ଏହି ଚଢ଼ଉ ରେ ସାମିଲ ହୋଇଥିଲେ। ଆଉ ଗୋଟେ ଟିମ୍ ଡିଜିଟାଲ ଟ୍ରାକିଂ କରୁଥିବା ପୋଲିସ କହିଛି।

Leave a Reply