ସରସ୍ବତୀ ଶିଶୁ ମନ୍ଦିରରେ ସପ୍ତଶକ୍ତି ସଙ୍ଗମ କାର୍ଯ୍ୟକ୍ରମ ଅନୁଷ୍ଠିତ

ତାଳଚେର ବ୍ରାହ୍ମଣ ବିହାର ସ୍ଥିତ ସରସ୍ବତୀ ଶିଶୁ ମନ୍ଦିରରେ ସପ୍ତଶକ୍ତି ସଙ୍ଗମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥିଭାବେ ପୂର୍ବତନ ଶିକ୍ଷୟତ୍ରୀ ପଙ୍କଜିନି ସାହୁ ଓ ମୁଖ୍ୟ ବକ୍ତା ଭାବେ ମାମିତା ବେହେରା ଯୋଗଦେଇ ଭାରତୀୟ ସଂସ୍କୃତିକୁ ଆପଣେଇବାକୁ ଶିଶୁ ଗଠନଠାରେ ମାଆର ଭୂମିକା ଓ ସେମାନଙ୍କୁ ଭାରତୀୟ ସଂସ୍କାର,ପରମ୍ପରା ସମ୍ବନ୍ଧରେ ଶିକ୍ଷା ଦେବା, ସମାଜ ଓ ପରିବାରରେ ନାରୀର ମହତ୍ତ୍ଵ ବିଷୟରେ ମାଗଦର୍ଶନ କରିଥିଲେ।

ରଶ୍ମିତା ରାଣୀ ଶତପଥୀ ଅତିଥିଙ୍କର ପରିଚୟ ପ୍ରଦାନ କରିଥିବା ବେଳେ ପ୍ରଧାନ ଆଚାର୍ଯ୍ୟଙ୍କ ତତ୍ତ୍ଵାବଧାନରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟତ୍ରୀ ଓ କର୍ମଚାରୀ ସକ୍ରିୟ ସହଯୋଗ କରିଥିଲେ।

Leave a Reply