ଗରିବ, ନିରାଶ୍ରୟ ଲୋକଙ୍କ ପାଇଁ ସରକାର ବିଭିନ୍ନ ଯୋଜନା କରୁଛନ୍ତି। ମୁଣ୍ଡ ଗୁଞ୍ଜିବାକୁ ପକ୍କା ଘର ବି ଯୋଗାଇ ଦେବାର ବ୍ୟବସ୍ଥା କରୁଛନ୍ତି। ହେଲେ ପାଲହଡ଼ା ବ୍ଲକ୍ ମୁଣ୍ଡୁରୀବେଡ଼ା ଗ୍ରାମର ଗରିବ ପିଣ୍ଟୁ ବେହେରାଙ୍କ ଭାଗ୍ୟରେ ପକ୍କା ଘରଟିଏ। ଏହା ତାଙ୍କ ପାଇଁ ସାତ ସପନ ପାଲଟିଛି।
ସବୁଠୁ ନିରାଶ ହୋଇ ଭାଗ୍ୟକୁ ଆଦରି ପିଣ୍ଟୁ ପତ୍ନୀଙ୍କ ଏକ ପାଲଟଣା ଘରେ ରହୁଥିବା ଦେଖିବାକୁ ମିଳିଛି। ପିଣ୍ଟୁଙ୍କର ଜମିବାଡ଼ି ବୋଲି କିଛି ନାହିଁ। ସେ ପ୍ରତିଦିନ ଦିନ ମଜୁରିଆ ହୋଇ କାମ କରିଥାନ୍ତି।
ଏଥିରୁ ଯାହା ରୋଜଗାର ହୁଏ ସେଥିରେ ପରିବାର ଚଳେ। ସେତିକି ବି ନିଅଣ୍ଟ ହୁଏ। ତେଣୁ ଧାର ଉଦ୍ଧାର ହୁଏ ବୋଲି ପିଣ୍ଟୁ କହିଛନ୍ତି। ଏମିତିକି ସେ ଅର୍ଥ ଅଭାବରୁ ପାଲଟଣା ଘରକୁ ମରାମତି କହିପାରୁନାହାନ୍ତି । ଆବାସ ଯୋଜନାରେ ସାମିଲ ହେବା ପାଇଁ ସେ ପଞ୍ଚାୟତ ରୁ ବ୍ଲକ୍ କାର୍ଯ୍ୟାଳୟ ଦୌଡୁଛନ୍ତି। ପ୍ରତିଶୃତି ମିଳୁ ଥିଲେ ବି ପିଣ୍ଟୁଙ୍କୁ ପକ୍କା ଘରଟିଏ ମିଳି ପାରି ନାହିଁ। ବହୁ ଧନୀ ଶ୍ରେଣୀ ର ଲୋକମାନେ ଧରାଧରି କରି ପକ୍କା ଘର ହାତେଇ ନେଉଛନ୍ତି। ହେଲେ ପ୍ରକୃତ ହିତାଧିକାରୀ ଏଥିରୁ ବଞ୍ଚିତ ହେଉଛନ୍ତି। ପିଣ୍ଟୁଙ୍କୁ କେବେ ପକ୍କା ଘର ମିଳୁଛି ତାହା ଦେଖିବା କଥା। ଆବାସ ଯୋଜନାରେ ସାମିଲ କରି ଏକ ପକ୍କା ଘର ଯୋଗାଇ ଦେବାକୁ ପିଣ୍ଟୁ ବିଡ଼ିଓ, ସ୍ଥାନୀୟ ସରପଂଚ ଓ ବିଧାୟକଙ୍କୁ କରିଛନ୍ତି।
