ତାଳଚେର ଚାଇଁପାଳ ଓଭରବ୍ରିଜ ପାର୍ଶ୍ଵ ରାସ୍ତାଠାରୁ ତାଳଚେର ରୋଡ଼ ଷ୍ଟେସନ ପର୍ଯ୍ୟନ୍ତ ରାସ୍ତା ବିପର୍ଯ୍ୟସ୍ତ ହୋଇ ପଡ଼ିଛି। ଏହି ରାସ୍ତାର ମରାମତି ଏବଂ ଉଭୟ ପାର୍ଶ୍ଵରେ ଆଲୋକିକରଣ ନିମନ୍ତେ ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି।
ତଳଚେର, ଅନୁଗୁଳ ଓ ଢେ଼ଙ୍କାନାଳ ଜିଲ୍ଲା ବାସିନ୍ଦା ରେଳ ଯୋଗେ ବିଭିନ୍ନ ସ୍ଥାନକୁ ଯାତାୟାତ କରିବାକୁ ତାଳଚେର ରୋଡ଼ ଷ୍ଟେସନ ଉପରେ ନିର୍ଭର କରନ୍ତି। ଏହି ଷ୍ଟେସନକୁ ଗମନାଗମନ କରିବା ନିମନ୍ତେ ଯେଉଁ ରାସ୍ତାଟି ରହିଛି ତାହା ତାଳଚେର ଚାଇଁପାଳ ଓଭରର୍ବ୍ରିଜ ପାର୍ଶ୍ଵଠାରୁ ଆରମ୍ଭ କରି ତାଳଚେର ଷ୍ଟେସନ ପର୍ଯ୍ୟନ୍ତ ବିପର୍ଯ୍ୟସ୍ତ ହୋଇପଡିଛି।
ଏହି ରାସ୍ତା ଦେଇ ପ୍ରତିଦିନ ଶହ ଶହ ଗାଡ଼ି ଯାତାୟାତ କରୁଛି। ଖରାପ ରାସ୍ତା ଯୋଗୁଁ ସେମାନଙ୍କୁ ଅସୁବିଧାର ସମ୍ମୁଖିନ ହେବାକୁ ପଡୁଛି। ବିଶେଷ କରି ରାତିରେ ଆଲୋକିକରଣର ସୁବିଧା ନଥିବାରୁ ତାଳଚେର ଷ୍ଟେସନକୁ ଯିବାକୁ ଲୋକମାନେ ଭୟ କରୁଛନ୍ତି।
ଏହାକୁ ଦୃଷ୍ଟିରେ ରଖି ତାଳଚେର ଚାଇଁପାଳ ଓଭରର୍ବ୍ରିଜ ପାର୍ଶ୍ଵ ରାସ୍ତା ଠାରୁ ତାଳଚେର ରୋଡ଼ ଷ୍ଟେସନ ରାସ୍ତା ପର୍ଯ୍ୟନ୍ତ ମରାମତି ଓ ରାସ୍ତାର ଉଭୟ ପାର୍ଶ୍ଵରେ ଅଲୋକିକରଣ ଜିଲ୍ଲା ଖଣିଜ ପାଣ୍ଠି କିମ୍ଵା ରାଜ୍ୟ ସରକାରଙ୍କ ପୂର୍ତ୍ତ ବିଭାଗଙ୍କ ଦ୍ୱାରା ଅନୁମୋଦନ କରାଯିବା ପାଇଁ ଅନୁରୋଧପତ୍ର ରେ ଉପଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି।
ଦାବିପତ୍ର ପ୍ରଦାନ ବେଳେ ଅଭୟ ପାଣି, ସୁକାନ୍ତ ରଥ, ବିଭୂତି ଭୂଷଣ ପଟ୍ଟନାୟକ, ରଞ୍ଜିତ କୁମାର ମହାପାତ୍ର ଓ ଚନ୍ଦ୍ର ଶେଖର ସେଠୀ ପ୍ରମୁଖ ଉପସ୍ଥିତ ଥିଲେ।
