ଅନୁଗୁଳରେ ଶ୍ରମିକଙ୍କୁ ଶୋଷଣ

ଅନୁଗୁଳରେ ମାତିଛନ୍ତି ଲେବର କାର୍ଡ ଏଜେଣ୍ଟ। ୧୮ଶହ ଟଙ୍କା ନେଇ କରିଦେଉଛନ୍ତି ଲେବର କାର୍ଡ। ଅନୁଗୁଳ ଜିଲ୍ଲାରେ ଟଙ୍କା ନେ଼ଇ ଶ୍ରମ କାର୍ଡ କରାଇ ଦେବାକୁ କହି ଚାରି ଆଡେ ବୁଲୁଛନ୍ତି ଏହି ରକେଟ୍ ଏଜେଣ୍ଟ।

ଶନିବାର ଅନୁଗୁଳ ବ୍ଲକ ଡେରଜାଙ୍ଗ ସତ୍ସଙ୍ଗ କେନ୍ଦ୍ରଠାରେ ଏଭଳି ଏକ ଲେବର କାର୍ଡ ରାକେଟର ବୈଠକ ଚାଲିଥିବାର ଖବର ପାଇ ଗଣମାଧ୍ୟମର ପ୍ରତିନିଧି ଘଟଣାସ୍ଥଳରେ ପହଞ୍ଚିଥିଲେ।

ଗଣମାଧ୍ୟମକୁ ଦେଖି ଛତ୍ରଭଙ୍ଗ ଦେଇଥିଲେ ଲୁଟେରା ଏଜେଣ୍ଟ। ଏପଟେ ଲେବର କାର୍ଡ କରି ଆସିଥିବା ଲୋକଙ୍କ ଅଭିଯୋଗ ହୋଇଛି ଯେ ଲେବର କାର୍ଡ କରିଦେବାକୁ ଏମାନେ ୧୬୦୦ରୁ ୧୮୦୦ ଟଙ୍କା ନେଉଛନ୍ତି। ନାମ ପଂଜିକରଣ ବେଳେ ୨୦୦ଶହ ଟଙ୍କା ନେଉଛନ୍ତି। ବାକି ଟଙ୍କା କାର୍ଡ ଦେଲାବେଳେ ନେବେ।

ଲୋକଙ୍କ କହିବା ଅନୁଯାୟୀ କିଛି ଲୋକ ଗାଁ କୁ ଆସୁଛନ୍ତି। ୨୦୦ଶହ ଟଙ୍କା ନେଇ ଅନ୍ ଲାଇନରେ ଲେବର କାର୍ଡ ରେଜିଷ୍ଟ୍ରେସନ କରୁଛନ୍ତି। ପରେ ଭେରିଫିକେସନ୍ ପାଇଁ ଲେବର ଅଫିସ ପରିବର୍ତ୍ତେ ନିଜ ପସନ୍ଦର ଶୁନଶାନ୍ ଜାଗାକୁ ଡାକୁଛନ୍ତି। ସେଠାକୁ ଲେବର ଅଫିସ୍ କର୍ମଚାରୀ କହି ନିଜେ ନିଜେ ଡକ୍ୟୁମେଣ୍ଟ ଭେରିଫିକେଶନ ବି କରୁଛନ୍ତି।

ଏ ନେଇ ଅନୁଗୁଳ ଯୁଗ୍ମ ଶ୍ରମ ଆୟୁକ୍ତ କହିଛନ୍ତି ଶନିବାର ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ପକ୍ଷରୁ ଉକ୍ତ ସ୍ଥାନରେ କୌଣସି ଭେରିଫିକେଶନ ବୈଠକ ନଥିଲା । ଗଣମାଧ୍ୟମରୁ ଶୁଣି ଜିଲ୍ଲା ଶ୍ରମ ଅଧିକାରୀ ଏ ନେ଼ଇ ଅବଗତ କରାଇଛନ୍ତି । ଖୁବଶୀଘ୍ର ଏହାର ତଦନ୍ତ କରାଯାଇ ଦୋଷୀକୁ କୋଠର ଦଣ୍ଡ ଦିଆଯିବ।

Leave a Reply