ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ ଟାଙ୍ଗୀ ଗାଁର ଦିଲ୍ଲୀପଙ୍କୁ ଜାତୀୟ ଗୋପାଳ ରତ୍ନ ପୁରସ୍କାର। କେନ୍ଦ୍ର ସରକାରଙ୍କ ପକ୍ଷରୁ ଦିଲ୍ଲୀ ରେ ମିଳିଲା ମାନପତ୍ର। ଏହି ଗୋପାଳ ରତ୍ନ ପୁରସ୍କାର ପାଇଁ ୩ଟି ବିଭାଗରେ ବିଭକ୍ତ କରାଯାଇଥିବା ବେଳେ ଗୋପାଳ ରତ୍ନ ପୁରସ୍କାର ପାଇଁ ଦିଲ୍ଲୀପ ଙ୍କୁ ପୁରସ୍କୃତ କରାଯାଇଛି।
ଜାତୀୟ ଦୁଗ୍ଧ ଦିବସରେ ଭାରତ ସରକାରଙ୍କ ପକ୍ଷ ରୁ ଦିଲ୍ଲୀପଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ଗତ ୧୪ବର୍ଷ ହେଲାଣି ଦିଲ୍ଲୀପ BAIF ନାମକ ଏକ ସରକାରୀ ସ୍ଵୀକୃତ ପ୍ରାପ୍ତ NGO ସଂସ୍ଥାରେ କୃତ୍ରିମ ପ୍ରଜନନ ଟେକ୍ନିସିଆନ ଭାବେ କାମ କରନ୍ତି। ଏଥି ସହିତ ପାତ୍ର ପଡ଼ା ସେଣ୍ଟର ର ଅଧିକାରୀ ଭାବେ ରହିବା ସହିତ ୧୮ଟି ଗାଁ ରେ କାମ କରି ଅଞ୍ଚାଲରେ
