କଲେଜ୍ ରେ ରକ୍ତଦାନ କଲେ ଛାତ୍ରଛାତ୍ରୀ

ତାଳଚେର ଗଡତଳ ପରିସର ‘ ସମ୍ବାଦ ଆମ ଓଡ଼ିଶା ‘ ଓ ଗଡତଳ କଲେଜ ମିଳିତ ଆନୁକୁଲ୍ୟରେ ଏକ ସ୍ୱେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ମୋଟ ୬୯ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି ।
ଅଧ୍ୟକ୍ଷ ନରେନ୍ଦ୍ର ପାଇକରାୟଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ଶିବିରକୁ
NTPC TTPC ର ଏସ କେ ସକିଲ, ଡ଼ିଜି ଏମ ଶକିଲ ଅହମଦ, ସନ୍ଥପଡା ସରପଂଚ ସହଦେବ ସାହୁ, ଆଇ ଡ୍ରିମ୍ କଲେଜ୍ ଅଧ୍ୟକ୍ଷ ଦିପ୍ତିରଞ୍ଜନ ବିଶ୍ଵାଳ, ଡି ଏ ଭି TTPC କଲେଜର ଅଧ୍ୟକ୍ଷ ଜ୍ୟୋତି ମିଶ୍ର ଓ ଡି ଏ ଭି TTPC ବିଦ୍ୟାଳୟର ଅଧ୍ୟକ୍ଷା ସଂଗୀତା ପଟ୍ଟନାୟକ ଅତିଥି ଭାବରେ ଯୋଗ ଦେଇ ଉଦ୍ଘାଟନ କରିଥିଲେ।
ଅଧ୍ୟାପକ ରଞ୍ଜିତ କୁମାର ସାହୁ , ସନ୍ତୋଷ ରାଉତ,ସୁବାସ ସାହୁ, ମହେଶ୍ୱର ପ୍ରଧାନ, ସ୍ଵାଧୀନ ତ୍ରିପାଠୀ,ବସନ୍ତ ମଞ୍ଜରୀ ମିଶ୍ର, ମମତା ମହାପାତ୍ର, ପ୍ରଶାନ୍ତ ସାମଲ, ପ୍ରିୟଦର୍ଶନ ଗଡ଼ନାୟକ, ସାଗରିକା ପ୍ରଧାନ,ସିମାରାଣୀ ପ୍ରଧାନ, ଆନନ୍ଦ ଚନ୍ଦ୍ର ସାହୁ,ପ୍ରକାଶ ଗଡ଼ନାୟକ,ଧୁବେଇ ସାମଲ,ଉମାକାନ୍ତ ସାହୁ ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ଯୁବ ରେଡ୍ କ୍ରସ ର ଛାତ୍ରଛାତ୍ରୀ ଜଗଦୀଶ ସିଂହ ସାମଲ, ସୌମ୍ୟରଞ୍ଜନ ଆଶିଷ ରାଉତ, କ୍ଷୀରୋଦ ବାଇ, ଜ୍ଞାନରଞ୍ଜନ ପାତ୍ର,ଅଂଶୁମାନ ବିଶ୍ଵାଳ, ଶୁଭଙ୍କର ଖିଲାର, ଶୁଭମ୍ ବେହେରା, ସତ୍ୟଜିତ ସାହୁ, ସମ୍ବିତ ମହାନ୍ତି, ସୂର୍ଯ୍ୟକାନ୍ତ ଦେହୁରୀ,କଲ୍ୟାଣୀ ସାମଲ, ଦିବ୍ୟଜ୍ୟୋତି ମହାକୁଡ, ପାବନି ପ୍ରିୟଦର୍ଶିନୀ ସାହୁ, ଶୁଭ ଲକ୍ଷ୍ମୀ ଗଡ଼ନାୟକ, ବିଶ୍ୱବାଣ୍ଡିତା ବେହେରା, ଆସ୍ଥା ବେହେରା,ପ୍ରିୟଙ୍କା ମହାପାତ୍ର, ଶୁଭ ଦର୍ଶନି ମହାପାତ୍ର,ପ୍ରିୟଙ୍କା ପୁହାଣ,ଅର୍ଚ୍ଚିତା ପ୍ରଧାନ,ଗାୟତ୍ରୀ ଦାସ, ସ୍ୱାଗତିକା ରଣା ପ୍ରମୁଖ ଶିବିର ପରିଚାଳନା ସହଯୋଗ କରିଥିଲେ।
ତାଳଚେର ରକ୍ତଭଣ୍ଡାର ଡାକ୍ତର ସୁସସ୍ମିତ ରାଉତ ରକ୍ତଦାତାଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଥିବାବେଳେ ରାଜ କିଶୋର ପ୍ରଧାନ ନାମ ପଂଜିକରଣ କରିଥଲେ। ଟେକ୍ନିସିଆନ ଗୋପାଳ ଚନ୍ଦ୍ର ବେହେରା, କୁମୁଦ ଚନ୍ଦ୍ର ସାହୁ,ଓ ଚନ୍ଦ୍ରମଣି ନାଏକ ରକ୍ତଦାତାଙ୍କ ଠାରୁ ରକ୍ତ ସଂଗ୍ରହ କରିଥିଲେ।

Leave a Reply