ଅନୁଗୁଳରେ ଫିକା ପଡିଲା ବଡ଼ ଦିନ

ଅନୁଗୁଳରେ ଫିକା ପଡିଛି ବଡ଼ଦିନ। ବଡଦିନରେ ସାଧାରଣ ଭାବରେ ଲୋକମାନେ ଭୋଜିଭାତରେ ଆୟୋଜନ କରିଥାନ୍ତି।କିନ୍ତୁ ଗତ କାଲି ବିଭିନ୍ନ ପର୍ଯ୍ୟଟନ ସ୍ଥାନରେ ସେଭଳି କୌଣସି ଗହଳି ଦେଖିବାକୁ ମିଳି ନଥିଲା। ଗୁରୁବାର ଥିବାରୁ ଲୋକେ ଭୋଜିଭାତ କରିବାକୁ ଚାହିଁ ନଥିଲେ। ତେବେ ଶୁକ୍ରବାର ଦିନ ବିଭିନ୍ନ ସ୍ଥାନରେ ଲୋକଙ୍କ ଭିଡ଼ ରହିବ ବୋଲି ଜଣାପଡିଛି।

ଗୁରୁବାର ଯୋଗୁଁ ବଡଦିନରେ ଭୋଜି ପାଇଁ ଲୋକଙ୍କ ମଧ୍ୟରେ ଉତ୍ସାହ ନଥିଲା। ଗୁରୁବାରରେ ଆମିଷ ଖାଇବାକୁ ପ୍ରାୟ ଲୋକ ପସନ୍ଦ କରୁ ନଥିବା ବେଳେ ଭୋଜି ପାଇଁ ଶୁକ୍ରବାରକୁ ଯୋଜନା ରଖିଛନ୍ତି।

ତେବେ ଅନୁଗୁଳର ଡେରେଜାଙ୍ଗ ଡ୍ୟାମ, ପାମ୍ପସର, ବାରଗୌଣିଆ ପାଣ୍ଡୁରୁଶୁଣି ପୀଠ, ପାତ୍ରପଡ଼ାର ମା ବାୟାଣୀ ପୀଠ, ଆଠମଲ୍ଲିକ ବିନିକେୟୀ ପୀଠ ନିକଟରେ ଭୋଜି ପାଇଁ ସେଭଳି କୌଣସି ଗହଳି ହୋଇନଥିଲା। ସେହିପରି ମାଛ ଓ ମାଂସ ଦୋକାନରେ ଭିଡ ଦେଖାଯାଇ ନଥିଲା। ବ୍ୟବସାୟୀମାନେ ଦିନ ସାରା ହାତ ବାନ୍ଧି ବସିଥିଲେ।

Leave a Reply