ଖମାର ଥାନା ମୁଣ୍ଡୁରୀବେଡା ପଞ୍ଚାୟତ ସିଆରୀମାଲିଆ ଗାଁ ବସ୍ତିରେ ପରକ୍ରୀୟା ପ୍ରୀତି ସନ୍ଦେହରେ ପତ୍ନୀ ମଞ୍ଜୁ ହେମ୍ରମଙ୍କୁ ହତ୍ୟା କରି ଫେରାର ଥିବା ସ୍ୱାମୀ ସୁଦର୍ଶନ ହେମ୍ରମ୍ କୁ ଗିରଫ କରିଛି ପୋଲିସ୍।
ସପ୍ତାହ ପୂର୍ବେ ସୁଦର୍ଶନ ପତ୍ନୀ ମଞ୍ଜୁଙ୍କୁ ପରକୀୟା ପ୍ରୀତି ସନ୍ଦେହରେ ନିଆଁ ଚେଙ୍କ ଦେଇ ଓ ଠେଙ୍ଗାରେ ପିଟିପିଟି ହତ୍ୟା କରି ଫେରାର ହୋଇଯାଇଥିଲା। ଉପଖଣ୍ଡ ପୋଲିସ ଅଧିକାରୀ କୈଳାସ ଚନ୍ଦ୍ର ସେଠୀ ଓ ଖମାର ଥାନାଧିକାରୀ ଅରୁଣ କୁମାର ପଣ୍ଡାଙ୍କ ତତ୍ତ୍ଵାବଧାରେ ଗଠିତ ଏକ ଟିମ୍ ଫେରାର ସୁଦର୍ଶନ କୁ ଗିରଫ କରିବା ନିମନ୍ତେ ଉଦ୍ୟମ ଚଳାଇ ଥିଲେ।
ସେ ତଳଚେର ଅଞ୍ଚଳ ରେ ରହୁଥିବା ବିଶେଷ ସୂତ୍ରରୁ ଖବର ପାଇ ପୋଲିସ ଗତକାଲି ରାତିରେ ସେଠାରେ ଚଢାଉ କରିଥିଲା। ଗିରଫ ସୁଦର୍ଶନଙ୍କୁ ପୋଲିସ୍ କୋର୍ଟ ଚାଲାଣ କରିଛି
