ଅନୁଗୁଳ ସହରରେ ହେବ ଉନ୍ନତୀକରଣ। ବିଭିନ୍ନ କ୍ଷେତ୍ରରେ ଅପର୍ଯ୍ୟତ ଟଙ୍କା ଖର୍ଚ୍ଚ କରିବ ପୌରପାଳିକା।ଜିଲ୍ଲା ପ୍ରଶାସନ ଏଥିପାଇଁ ଟଙ୍କା ମଂଜୁର କରିଥିବା ବେଳେ ଖୁବ୍ ଶିଘ୍ର କାମ ଆରମ୍ଭ ହେବାକୁ ଯାଉଛି। ସହରର କେଉଁଠି କିପରି ଉନ୍ନତି ସାଙ୍ଗକୁ ସୌନ୍ଦର୍ଯ୍ୟକରଣ କାମ ହେବ ସେନେଇ ପୌରପାଳିକା ପକ୍ଷରୁ ସ୍ଵତନ୍ତ୍ର ପ୍ଲାନିଂ କରାଯାଇଥିବା ଜଣା ପଡ଼ିଛି। ତେବେ ଅନୁଗୁଳ ଜିଲ୍ଲାପାଳ ସହର ବୁଲିବା ପରେ ଉନ୍ନତିକରଣ ପାଇଁ ଆଗ୍ରହ ପ୍ରକାଶ କରିଥିଲେ।ପରେ ଜିଲ୍ଲା ଖଣିଜ ପାଣ୍ଠିରୁ ଅର୍ଥ ଯୋଗାଇ ଦିଆଯାଇଛି।
ସୁଚନା ମୁତାବକ,ଶିଳ୍ପ ସମୃଦ୍ଧ ଜିଲ୍ଳାର ଅନୁଗୁଳ ପୌରପାଳିକାର ଉନ୍ନତି ଯେଭଳି ହେବା କଥା ସେଭଳି ହୋଇ ପାରି ନାହିଁ। ଗଣ୍ଡା ଗଣ୍ଡା ୱାର୍ଡରେ ବିଭିନ୍ନ ସମସ୍ୟା ରହିଥିବା ବେଳେ ସମାଧାନ ହୋଇପାରି ନାହିଁ। ତେବେ ଦୀର୍ଘ ବର୍ଷ ପରେ ଏବେ ଅନୁଗୁଳ ସହରର ନବକଳେବର ପ୍ରସ୍ତୁତ ଆରମ୍ଭ ହୋଇଛି। ସହରର ଉନ୍ନତୀକରଣ ଓ ସୌନ୍ଦର୍ଜିକରଣ ପାଇଁ ଜିଲ୍ଲା ଖଣିଜ ପାଣ୍ଠିରୁ ଟଙ୍କା ମଂଜୁର ହୋଇଥିବା ଜଣାପଡିଛି। ଏଥି ପାଇଁ ପୌରପାଳିକାକୁ ୩୧କୋଟିରୁ ଅଧିକ ଟଙ୍କା ମିଳିଛି। ପୌରପାଳିକାର ବାର୍ଷିକ ବଜେଟ୍ ୪୫କୋଟି ହୋଇଥିବାବେଳେ ଜିଲ୍ଲା ଖଣିଜ ପାଣ୍ଠିରୁ ଅତିରିକ୍ତ ଟଙ୍କା ଖର୍ଚ୍ଚ ହେବ। ତେବେ ସହରର ମୁଖ୍ୟ ରାସ୍ତାକୁ ଆଲୋକିକରଣ ଓ ବିଜୁଳି କରାଯିବ ବୋଲି ଜଣାପଡିଛି।ବାଳିକା ଉଚ୍ଚ ବିଦ୍ୟାଳୟଠାରୁ କାଞ୍ଚନ ବଜାର ରାସ୍ତା,ପିଜୁଳି ବନ୍ଧ ଠାରୁ ନୂଆ ବସ୍ ଷ୍ଟାଣ୍ଡ, ହରିମହୁରି ଛକ ଠାରୁ ମିଶ୍ରାପଡ଼ା ଛକ ଭଳି ରାସ୍ତା ଗୁଡିକରେ ଏହି ଆଲୋକ ସଜ୍ଜାସଜା ହେବ। ସେହିପରି କିଆର ବନ୍ଧର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟିକରଣ, ଅମଲପଡ଼ା ବନ୍ଧ, ହାପି ବନ୍ଧ, ଚୌକିନି ବନ୍ଧର ପରିବେଶ ବଦଳିବାକୁ ଯାଉଛି। ସବୁଠାରୁ ବଡ଼ କଥା ହେଲା ସହରର ପୁରାତନ ମଦନମୋହନ ମନ୍ଦିରର ଉନ୍ନତୀକରଣ କାର୍ଯ୍ୟ ହେବା। ଏହି ମନ୍ଦିର ଦୀର୍ଘ ବର୍ଷ ହେଲା ଅବହେଳିତ ହୋଇ ରହିଥିବାବେଳେ ଏଥି ପାଇଁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୋଷ ଦେଖଜଉଥିଲା।ସେପଟେ ଇକୋ ପାର୍କ,ପଂଚତତ୍ଵ ପାର୍କ, ଗୋପବନ୍ଧୁ ପାର୍କ, ଅନୁଗୁଳ ଉଚ୍ଚ ବିଦ୍ୟାଳୟ ସମ୍ମୁଖକୁ ସୌନ୍ଦର୍ଯ୍ୟିକରଣ କରାଯିବ ବୋଲି ଯୋଜନା ପ୍ରସ୍ତୁତ ହୋଇଛି। ଖୁବଶୀଘ୍ର ବିଭିନ୍ନ ରାସ୍ତାକୁ ପେଭର୍ ରାସ୍ତା କରାଯିବ ।ସହର ମଧ୍ୟରେ ଥିବା ୩ତି ମାଇକ୍ରୋ କମ୍ପୋଷ୍ଟ ସେଣ୍ଟରକୁ ସହର ବାହାରକୁ ସ୍ଥାନାନ୍ତର କରାଯାଇ ଗୋଟାଏ କରାଯିବ। ଏହି କମ୍ପୋଷ୍ଟ୍ ସେଣ୍ଟର୍ ବୈଜ୍ଞାନିକ ପ୍ରଣାଳୀରେ କାର୍ଯ୍ୟକ୍ଷମ କରାଯିବ ବୋଲି ଜଣାପଡିଛି।ସହରରେ ଥିବା ସୁଲଭ ଶୌଚାଳୟ ଗୁଡିକର ଉର ଉନ୍ନତିକରଣ କାମ ହେବାକୁ ଯାଉଛି।
ତେବେ ସହରକୁ ସ୍ୱଚ୍ଛ ରଖିବାକୁ ଗାଡ଼ି ଓ ସରଞ୍ଜାମର ଅଭାବ ରହିବ ନାହିଁ ବୋଲି ପୌରପାଳିକା ନିର୍ବାହ ଅଧିକାରି ସତ୍ୟ ପ୍ରକାଶ ତ୍ରିପାଠୀ ପ୍ରକାଶ କରିଛନ୍ତି।ଜିଲ୍ଲା ଖଣିଜ ପାଣ୍ଠିରୁ ମିଳିଥିବା ଟଙ୍କାକୁ ସଠିକ୍ ଢଙ୍ଗରେ ଖର୍ଚ୍ଚ କରାଯିବାକୁ ନିର୍ବାହୀ ଅଧିକାରୀ ଶ୍ରୀ ତ୍ରିପାଠୀ ଗୁରୁତ୍ଵ ଦେଇଛନ୍ତି।
