ବଇଣ୍ଡାରୁ ବିଦାୟ ନେଲେ ମା ଲକ୍ଷ୍ମୀ

ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ବଇଣ୍ଡା ସଂଖାରି ସାହିଠାରେ ହୋଇଥିବା ଲକ୍ଷ୍ମୀ ପୂଜାର ଶୁକ୍ରବାର ଭସାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ପୂଜା କମିଟି ପକ୍ଷରୁ ମାଆଙ୍କ ମୂର୍ତ୍ତିକୁ ସହର ପରିକ୍ରମା କରାଯାଇଥିଲା। ବାଜା ବାଣ ସହ ଡିଯେ ସାଉଣ୍ଡ ତାଳେତାଳେ ମାଙ୍କୁ ନଗର ପରିକ୍ରମା ପରେ ଭକ୍ତମାନେ ଚନ୍ଦନ ପୋଖରୀରେ ବିସର୍ଜନ କରିଥିଲେ।

ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ବଇଣ୍ଡା ଥାନା ପୋଲିସ ମୁତୟନ ହୋଇଥିଲେ। ଭସାଣି ରେ ପୂଜା କମିଟିର ସମସ୍ତ ସଦସ୍ୟ ସହଯୋଗ କରିଥିଲେ।

Leave a Reply