ମା ହିଙ୍ଗୁଳାଙ୍କ ଯାତ୍ରା ଆଉ ଅଳ୍ପ ଦିନ, ୩୦ରେ ମା ଙ୍କ ଦାରୁ ଖୋଜା ଉତ୍ସବ

ମା ହିଙ୍ଗୁଳାଙ୍କ ଯାତ୍ରା ଆଉ ୨୫ଦିନ ଥିବା ବେଳେ ଏଥି ପାଇଁ ପ୍ରସାଶନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଚଳିତ ବର୍ଷ ତାଳଚେର ରାଜା ରାଜେନ୍ଦ୍ର ଚନ୍ଦ୍ର ଦେବ ବୀରବର ହରିଚନ୍ଦନଙ୍କ ଦେହାନ୍ତ ହୋଇଥିବାରୁ ମା ଙ୍କ ପାଟବରୀ ଉତ୍ସବ ପାଇଁ ଆସନ୍ତା ୩୦ ତାରିଖରେ ଦାରୁ ସଂଗ୍ରହ କରାଯିବ। ଏହି ଦାରୁ ସଂଗ୍ରହ ସୂତାର ଓ ବଢ଼େଇ କାରିଗର ଦେବୀଙ୍କ ପ୍ରତୀକାତ୍ମକ ଖମ୍ବ ବିଧି ମୁତାବକ କାଟି ନୂତନ ଭାବେ ନିର୍ମାଣ କରିଥାନ୍ତି।

ଏହି ଦାରୁ ସଂଗ୍ରହ ପାଇଁ ଆବଶ୍ୟକ ହେଉଥିବା କାଠ ହେଉଛି ଶାଳ ଗଛ। ଏହି ଦାରୁ ମା ଙ୍କ ପୀଠର ପୁର୍ବ ଦିଗରେ ରହିଥିବା ଆବଶ୍ୟକ। ଯେଉଁ ଗଛ ଚୟନ କରାଯିବ ସେହି ଗଛଟିରେ ଚଢ଼େଇ ବସା କରି ନଥିବା ସହ ମଲାଙ୍ଗ କିମ୍ଵା ଅନ୍ଯ କୌଣସି ଗଛ ବା ଲତା ମାଡ଼ି ନଥିବ ଗଛ ଭିତର ପୋଲା ବା କତରା ହୋଇନଥିବ ।ଏହି ଗଛ ବା ଦାରୁ ଚିହ୍ନଟ ପରେ ଉକ୍ତ ଦାରୁକୁ ପ୍ରଥମେ ସୁନା ଟାଙ୍ଗିଆ, ଦ୍ୱିତୀୟ ରେ ରୂପା ଟାଙ୍ଗିଆ, ତୃତୀୟ ରେ ଲୁହା ଟାଙ୍ଗିଆ ଦ୍ୱାରା କଟା ଯିବାର ନିୟମ ରହିଛି।

ପରେ ମାଆ ହିଙ୍ଗୁଳାଙ୍କ ପ୍ରତୀକ ରୂପରେ ପୁର୍ବରୁ ପୂଜିତ ହେଉଥିବା ଖମ୍ୱ , ପାଷାଣ, ପାଟ, ଚାନ୍ଦୁଆ ଆଦି ବିସର୍ଜନ କରାଯାଇଥାଏ। ପରେ ପରମ୍ପରା ଅନୁଯାୟୀ ଏହି ପୂଜା ଦେହୁରୀ ସ୍ତ୍ରୀ ବେଶ ବେଶ ଧାରଣ କରି ରାଜାଙ୍କୁ ପଗଡ଼ି ଓ ରାଣୀଙ୍କୁ ମୁକୁଟ ପିନ୍ଧାଇ ଥାଆନ୍ତି।


Leave a Reply