ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ବଇଣ୍ଡାଠାରେ ନିର୍ମାଣ ହେବାକୁ ଥିବା ପୂର୍ତ୍ତ ବିଭାଗର ଡାକବଙ୍ଗଳା ପାଇଁ ଶନିବାର ଜମି ଚିହ୍ନଟ ହୋଇଛି।
ଜାତୀୟ ରାଜପଥ ସମ୍ପ୍ରସାରଣ ସମୟରେ ଡାକ ବଙ୍ଗଳାକୁ ଉଚ୍ଛେଦ କରାଯାଇଥିବା ଆଉ ନିର୍ମାଣ ହୋଇ ପାରିନଥିଲା। ଏନେଇ ବରିଷ୍ଠ ବିଜେପି ନେତା ଅରବିନ୍ଦ ସାହୁ ବୁଧବାରଦିନ ଅନୁଗୁଳ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ କିଶୋରନଗର ତହସିଲ ବିଭାଗ ପକ୍ଷରୁ ଜମି ଚିହ୍ନଟ କରାଯାଇଛି।
ନୁନୁକାପସି ମୌଜାରେ ଥିବା ସରକାରୀ ଜମିରୁ ଖାତା ନମ୍ବର ୧୧୪/୮୬୫ରେ ଗୋଟିଏ ଏକର ଜମି ଯୋଗାଇ ଦିଆଯାଇଛି। ଏଥି ପାଇଁ ଅଟକଳ ରହିଛି ୫୬ଲକ୍ଷ ଟଙ୍କା। କିଶୋରନଗର ର ତହସିଲ ଅମିନ ଜପୁନ କୁମାର ପ୍ରଧାନ, ବଇଣ୍ଡା ରାଜସ୍ବ ନୀରିକ୍ଷକ ପ୍ରଦୀପ କୁମାର ପ୍ରଧାନ, ହଣ୍ଡପା ରାଜସ୍ବ ନୀରିକ୍ଷକ ଦୁଷ୍ମନ୍ତ କୁମାର ବେହେରା, ବଇଣ୍ଡା ରାଜସ୍ବ କାର୍ଯ୍ୟାଳୟର ଜିତେନ୍ଦ୍ର ସାହୁ ପ୍ରମୁଖ ଯୋଗ ଦେଇ ଜମି ଚିହ୍ନଟ କରିଛନ୍ତି। ଜମିକୁ କିଭଳି ରାସ୍ତା ଯୋଗାଇ ଦିଆଯିବ ସେନେଇ ପଦକ୍ଷେପ ନିଆଯିବ ବୋଲି ସୁଚନା ଦେଇଛନ୍ତି ତହସିଲଦାର ବିକ୍ରମ ନାୟକ।
