ତାଳଚେର ଅଞ୍ଚଳର ଆଇଲର୍ଣ୍ଣ ଶିକ୍ଷାନୁଷ୍ଠାନକୁ ଉତ୍ତମ ଶିକ୍ଷାନୁଷ୍ଠାନ ଭାବେ ଚୟନ କରାଯାଇ ରାଜ୍ୟସ୍ତରୀୟ ପୁରସ୍କାର ପ୍ରଦାନ କରାଯାଇଛି। ବିଗତ ୧୫ ବର୍ଷ ଧରି ଲଗାତାର ଶତ ପ୍ରତିଶତ ସଫଳତା ହାସଲ କରି ଜିଲ୍ଲାରେ ସର୍ବାଧିକ ନମ୍ବର ରଖିଥିବା ଛାତ୍ରଛାତ୍ରୀ ମାନେ ଏହି ଅନୁଷ୍ଠାନରୁ ବାହାରି ଉଚ୍ଚ ଶିକ୍ଷା ଲାଭ କରିଥାନ୍ତି। ଏହାକୁ ଦୃଷ୍ଟିରେ ରଖି ତ୍ରୈଭାଷୀକ ସତ୍ୟ ନିର୍ଭୀକ ନିରପେକ୍ଷ ବିଶ୍ଵବାଣୀ ବିଂଶତମ ପ୍ରତିଷ୍ଠା ଦିବସ ଓ ସମ୍ବର୍ଦ୍ଧନା ଉତ୍ସବରେ ଉକ୍ତ ଅନୁଷ୍ଠାନକୁ ସମ୍ବର୍ଦ୍ଧିତ କରାଯାଇଥିଲା।
ଏଥିରେ ଅତିଥି ଭାବେ ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ଼ କୃଷ୍ଣ ଚନ୍ଦ୍ର ମହାପାତ୍ର, ଚିକିଟି ବିଧାୟକ ମନୋରଞ୍ଜନ ସାମନ୍ତରାୟ, ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦେବ, ଭୁବନେଶ୍ୱର ମେୟର ସୁଲୋଚନା ଦାସ, ହାଇକୋର୍ଟ ଆଇନଜୀବୀ, ଓଜେୟୁ ଓଡିଶା ସଭାପତି ସମେତ ବିଭିନ୍ନ ବୁଦ୍ଧିଜୀବି ଏବଂ ବରିଷ୍ଠ ସାମ୍ୱାଦିକ ବୃନ୍ଦ ଯୋଗ ଦେଇ ବିଭିନ୍ନ ଜିଳ୍ଲାର ଶିକ୍ଷାନୁଷ୍ଠାନ, ସାଂସ୍କୃତିକ ଅନୁଷ୍ଠାନକୁ ପୁରସ୍କୃତ କରିବା ସହ ଉପସ୍ଥିତ ଥିବା ଆତିଥ୍ୟଙ୍କୁ ଦିଗ୍ଦର୍ଶନ ଦେଇଥିଲେ।
