ଅନୁଗୁଳ ସଦରଥାନା ପଞ୍ଚମହଲା ନିକଟରୁ ଜଣେ ଯୁବକଙ୍କ ମୃତ ଦେହ ଉଦ୍ଧାର ହୋଇଛି।
ସୁଚନା ମୁତାବକ ସଦର ଥାନା ପଞ୍ଚମହଲା ନିକଟ ଏକ ଗଛ ମୂଳରେ ଜଣେ ଯୁବକଙ୍କ ମୃତ ଦେହ ପଡ଼ିଥିବା ଦେଖି ସ୍ଥାନୀୟ ଲୋକମାନେ ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିଥିଲା।
ମୃତକ ଦାମୋଦର ଭୋଇଙ୍କ ଘର ବଲାଙ୍ଗୀର ଜିଲ୍ଲା ଅଗଲପୁର ବୋଲି ଜଣା ପଡିଥିଲା।
ଖବର ପାଇ ପରିବାର ଲୋକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆସି ମୃତ ଦେହ ଚିହ୍ନଟ କରିଥିଲେ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଶବାଗାରରେ ଶବ ରହିଥିବା ବେଳେ ପୋଲିସ ଘଟଣାର ତଦନ୍ତ କରୁଛି
