ତାଳଚେର ସହରରେ ଦିନକୁ ଦିନ ବ୍ରାଉନ ସୁଗାର କାରବାର ବୃଦ୍ଧି ପାଉଛି। ଗତ କିଛି ମାସ ମଧ୍ୟରେ ସହରରେ ବିଭିନ୍ନ ସ୍ଥାନରୁ ବ୍ରାଉନ ସୁଗାର ଜବତ ହୋଇଛି। ପୁଲିସ୍ ଏବଂ ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ଏହି କାରବାରରେ ସଂପୃକ୍ତ ଏକାଧିକ ଅଭିଯୁକ୍ତଙ୍କୁ ଗିରଫ ମଧ୍ୟ କରାଯାଇଛି। ବ୍ରାଉନ ସୁଗାର୍ ରାକେଟର ଚେର ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରରୁ ବାଲେଶ୍ଵର ପର୍ଯ୍ୟନ୍ତ ଲମ୍ବିଥିବା ବେଳେ ସେଠାରୁ ବାଂଲାଦେଶ ପର୍ଯ୍ୟନ୍ତ ଲମ୍ବିଥିବା ଜଣାପଡିଛି।
ସୂଚନା ମୁତାବକ ଗତମାସ ୨୮ତାରିଖରେ ତାଳଚର ଥାନା କନ୍ଧାଲ ବସ୍ ଷ୍ଟାଣ୍ଡ ଅଂଚଳରୁ ସୁରଜ କୁମାର ମିଶ୍ର, କାଳିଆ ସିଂହ ଓ ରଶ୍ମିତା ସିଂହଙ୍କୁ କାବୁ କରିବା ସହ ତାଙ୍କ ଠାରୁ ୧୩ଗ୍ରାମର ବ୍ରାଉନ ସୁଗାର ଜବତ କରିଥିଲା। ସୁରଜ ଢେଙ୍କାନାଳ ଜିଲ୍ଲାର କାମାକ୍ଷାନଗର, ବାଲେଶ୍ଵର ଜିଲ୍ଲାରୁ ବ୍ରାଉନ ସୁଗାର ଆଣି ତାଳଚେର ସହର ତଥା ଆଖପାଖ ଅଞ୍ଚଳରେ ବିକ୍ରି କରୁଥିଲେ। ଗତ ଶନିବାର ସେ କନ୍ଧାଲ ବସ୍ ଷ୍ଟାଣ୍ଡ ନିକଟରେ ବ୍ରାଉନଶୁଗାର ବିକ୍ରି କରୁଥିବା ବେଳେ ତାଳଚେର ପୁଲିସ୍ ଅଧିକାରୀମାନେ ସୁରଜକୁ କାବୁ କରି ତା ନିକଟରୁ ବ୍ରାଉନସୁଗାର, ନଗଦ ଟଙ୍କା, ମୋବାଇଲ୍ ଫୋନ୍ ଏବଂ ୨ଦିନ ପରେ ଅନ୍ୟ ଦୁଇ ଜଣଙ୍କୁ ଗିରଫ କରାଯାଇଥିଲା।
ସେହିପରି ଗତ ମାସ ୧୭ ତାରିଖରେ ତାଳଚେର ଅଙ୍ଗରୁଆ ତଥା ଶନିବାର ହାଟ ଅଞ୍ଚଳର ଜଣେ ବ୍ୟକ୍ତି ତାଙ୍କ ଘରେ ଦିର୍ଘ ବର୍ଷ ହେଲା ବ୍ରାଉନସୁଗାର କାରବାର ଚଳାଇଥିବାରୁ ସେଠାରୁ ଜଣଙ୍କୁ ଗିରଫ କରାଯାଇଥିଲା। କେବଳ ବାଘୁଆବୋଲ ଅଞ୍ଚଳରେ ମାତ୍ରାଧିକ ବ୍ରାଉନ ସୁଗାର ବିକ୍ରିୟ ହେଉଥିବାବେଳେ ଡେରା ଅଞ୍ଚଳରୁ ଗିରଫ ହୋଇଥିବା ପ୍ରଶାନ୍ତ କୁମାର ସାହୁଙ୍କ ସହିତ ତାଙ୍କ ସହଯୋଗୀ ପ୍ରମୋଦ ବେହେରା, ଆନନ୍ଦ ନା ଏକ, ସାୟନ୍ତି ଜେନା ମଣୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।
ସେଠାରେ ବ୍ରାଉନ ସୁଗାର କାରବାରର ମାଷ୍ଟର ମାଇଣ୍ଡକୁ ଗିରଫ କରିବାରେ ପୁଲିସ ବିଫଳ ହୋଇଛି। ସେହିଭଳି ତାଳଚେର ଟାଉନ୍, ରାଜବାଟି, ରାଣୀ ପାର୍କ ଜଙ୍ଗଲ, ଲିଙ୍ଗରାଜ କୋଇଲା ଖଣି, ତାଳଚେର ସାଉଥ୍ ବଲଣ୍ଡା, ଜଗନ୍ନାଥ କଲୋନୀ, ଡେରା ଆଦି ଅଂଚଳରେବ୍ରାଉନ ସୁଗାର ମାତ୍ରାଧିକ ବିକ୍ରି ହେଉଛି। ବ୍ରାଉନ ସୁଗାର ବ୍ୟବସାୟୀ ମାନଙ୍କୁ ପୁଲିସ୍ ଗିରଫ କରି ପଚାରିବା ବେଳେ ସେମାନେ କହିଛନ୍ତି ବ୍ରାଉନ ସୁଗାର ବାଂଲାଦେଶରୁ କୋଲକାତା ଦେଇ ବାଲେଶ୍ଵର ଆସିବା ପରେ ସେଠାରୁ ଜଳେଶ୍ଵର ହୋଇ ରାଜ୍ୟର ବିଭିନ୍ନ ସ୍ଥାନକୁ ଚାଲାଣ ହେଉଛି। ସେହିପରି ତାଳଚେର ସହରରେ ଜଣକ ପରେ ଜଣେ ବ୍ରାଉନ ସୁଗାର ବେପାର ଉଭା ହେଉଥିବାରୁ ଆଗାମୀଦିନରେ ପ୍ରଚୁର ମାତ୍ରାରେ ବ୍ରାଉନ ସୁଗାର କାରବାର ହେବାର ସମ୍ଭାବନା ରହିଛି। ପୁଲିସ୍ ଏବଂ ଅବକାରୀ ବିଭାଗ ପକ୍ଷରୁ ଏହା ଉପରେ ପଦକ୍ଷେପ ଗ୍ରହଣ କରି ଆବଶ୍ୟକତା ରହିଥିବା ସଧାରଣରେ ଦାବି ହୋଇଛି।
ତାଳଚେରରେ ବଢୁଛି ବ୍ରାଉନସୁଗାର କାରବାର
